csstore

ଅଞ୍ଚଳ ମହାବିଦ୍ୟାଳୟରେ ନୂତନ ଯୁକ୍ତ ଦୁଇ ପରୀକ୍ଷାର୍ଥୀଙ୍କୁ ସ୍ଵାଗତ ଅଭିନନ୍ଦନ କାର୍ଯ୍ୟକ୍ରମ ସମ୍ପନ୍ନ

ପଦ୍ମପୁର, ( ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତଅଞ୍ଚଳ ମହାବିଦ୍ୟାଳୟ ଠାରେ ଏବିଭିପି ଦ୍ୱାରା ଯୁକ୍ତଦୁଇ ପରୀକ୍ଷାର୍ଥୀମାନଙ୍କ ଉଦ୍ଦେଶ୍ୟରେ ଅଭିନନ୍ଦନ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଯାଇଛି । ଏହି ଅବସରରେ ଅଞ୍ଚଳ ମହାବିଦ୍ୟାଳୟ ପ୍ରବେଶ ଦ୍ୱାର ଠାରେ ଏବିଭିପି କାର୍ଯ୍ୟ କର୍ତ୍ତାମାନେ ଛିଡ଼ା ହୋଇ ସମସ୍ତ ପରୀକ୍ଷାର୍ଥୀଙ୍କୁ ତିଲକ ଲଗାଇ ପରୀକ୍ଷାରେ ସଫଳତା ଅର୍ଜନ କରି ଉତ୍ତମ ଭବିଷ୍ୟତ ନିର୍ମାଣ ପାଇଁ ଶୁଭେଚ୍ଛା ଜ୍ଞାପନ କରିଥିଲେ । ଏବିଭିପିର ପଦ୍ମପୁର ନଗର ସମ୍ପାଦକ ପ୍ରତ୍ୟୁଷ କୁମାର ଦାଶଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ କଲେଜ ଶାଖାର ସମ୍ପାଦକ ଖାରବେଳ ଆର୍ଯ୍ୟକୁମାର ସାହୁ, ଯଶୋବନ୍ତ ସାହୁ, ଅଭିଷେକ ଡନସନା, ସମ୍ବିତ ସାହୁ, ଆୟୁଷ ପ୍ରଧାନ, ରାହୁଲ ବାରିକ, ଅନିଲ କୁମାର ମାଝୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଏବିଭିପିର ଏଭଳି କାର୍ଯ୍ୟକ୍ରମକୁ ପଦ୍ମପୁରର ବୁଦ୍ଧିଜୀବୀ ମହଲରେ ଭୂୟସୀ ପ୍ରଶଂସା କରାଯାଉଛି।

jayashree
Leave A Reply

Your email address will not be published.