ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏକ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ କପିଲାଭଟା ପଞ୍ଚାୟତ ସରପଞ୍ଚ ତୁଳସେ ଭୋଇଙ୍କ ସଭାପତିତ୍ୱ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କୁଳମଣି ମେହେର, ସମିତି ସଭ୍ୟ କେଦାର ଭୋଇ, ମାଁ ସାହାଜି ଯୁବକ ସଂଘର ସମ୍ପାଦକ ହୁଲେଶ୍ୱର ହଂସ, ନାଏବ ସରପଞ୍ଚ ଝସକେତନ ସାହୁ ପ୍ରମୁଖ ଯୋଗଦେଇଥିଲେ । ବିକଶିତ ଗାଁ ବିକଶିତ ଓଡିଶା ସମୃଦ୍ଧ ଓଡିଶାର ନୂତନ ପରିଭାଷା ଉପରେ ଆଲୋଚନା କରାଯାଇଥିଲା । ଆସନ୍ତା ୨୦୨୫ – ୨୬ ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯାଇଛି । ଗ୍ରାମସଭାରେ ପଞ୍ଚାୟତବାସୀଙ୍କ ବିଭିନ୍ନ ସମସ୍ୟା ଶୁଣି ଶୀଘ୍ର ସମାଧାନ ପାଇଁ ଅତିଥି ଭାବେ ପ୍ରତିଶ୍ରୁତି ଦେଇଥିଲେ । ଏଥିରେ ବିଭିନ୍ନ ୱାର୍ଡ ସଭ୍ୟସଭ୍ୟା, ସିଆରପି, ସ୍ୱୟଂ ସହାୟକ ଗୋଷ୍ଠୀ ,ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ଏଥିରେ ଯୁବନେତା ତେଜରାଜ ଭୋଇ, ଧର୍ମେନ୍ଦ୍ର ଦାସ, ଜିଓଟେଗ ଶୁଭାକର ନାଗ ପ୍ରମୁଖଙ୍କ ସହ ପଂଚାୟତର କର୍ମଚାରୀମାନେ ସହଯୋଗ କରିଥିଲେ ।