ବଲାଙ୍ଗିର ଜିଲ୍ଲା ନାଗରିକ କମିଟିର ସଦସ୍ୟଙ୍କ ମନୋହରପୁର ୟୁ.ପି. ସ୍କୁଲ ପରିଦର୍ଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ନାଗରିକ କମିଟିର ଶିକ୍ଷା ସବ କମିଟିର ସଦସ୍ୟଗଣ ମନୋହରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନରେ ଯାଇ ପ୍ରଧାନ ଶିକ୍ଷକ ଭରତ ଚନ୍ଦ୍ର ମହାକୁର ତଥା ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକ, ଶିକ୍ଷୟତ୍ରୀଙ୍କ ସହ ସ୍କୁଲ ପରିଚାଳନା ତଥା ଛାତ୍ରଛାତ୍ରୀଙ୍କ ଶିକ୍ଷା ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଶିକ୍ଷା କମିଟିର ମୁଖ୍ୟ ଧର୍ମବ୍ରତ ରଥ, ପ୍ରଫେସର ତରୁଣ କୁମାର ମିଶ୍ର, ଦିବାକର ହୋତା, କୃଷ୍ଣଚନ୍ଦ୍ର ମହାକୁର, ପୁରୁଷୋତ୍ତମ ପଣ୍ଡା ପ୍ରମୁଖ ପରିଦର୍ଶନରେ ଅଂଶଗ୍ରହଣ କରିଥିଲେ । ବିଦ୍ୟାଳୟରେ ମୋଟ ୩୦୩ ଜଣ ଛାତ୍ରଛାତ୍ରୀ ଥିବା ବେଳେ ଜୟନ୍ତୀ ସାହୁ, ଜୟଶ୍ରୀ ନାଥ, ରମନା ସୁନ୍ଦରୀ ଜାଲ, ନଳିନୀ ମଞ୍ଜରି ମିଶ୍ର, ସୁଜାତା ମିଶ୍ର, ତପସ୍ୱିନୀ ଦୋରା, ଜ୍ୟୋସ୍ନାରାଣୀ ପଣ୍ଡା ତଥା ଅନିଲ କୁମାର ମିଶ୍ର ତଥା ପିଇଟି ଜ୍ୟୋସ୍ନାରାଣୀ ନନ୍ଦ ଓ କଳା ଶିକ୍ଷୟତ୍ରୀ ଝରଣା ମିଶ୍ର ଶିକ୍ଷାଦାନ ଦେଉଛନ୍ତି । ସପ୍ତମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ନିଯୁକ୍ତିର ଆବଶ୍ୟକତା ରହିଛି । ଶ୍ରେଣୀ ଓ ପିଲାଙ୍କ ସଂଖ୍ୟା ଅନୁପାତରେ ଆବଶ୍ୟକ ଶ୍ରେଣୀ କୋଠରୀର ଅଭାବ ରହିଛି । ମାତ୍ର ୩ଟି କୋଠରୀ ଭଲ ଅବସ୍ଥାରେ ଥିବାବେଳେ ୬ଟି କୋଠରୀ ମରାମତି ଅଭାବରୁ ବ୍ୟବହାରଯୋଗ୍ୟ ହୋଇପାରୁନାହିଁ । ପାଚେରୀ ଅଭାବରୁ ବିଭିନ୍ନ ସମୟରେ ଅସାମାଜିକ ବ୍ୟକ୍ତିମାନେ ଆସି ବିଦ୍ୟାଳୟରେ ଭଙ୍ଗାରୁଚା କରୁଛନ୍ତି । ବିଦ୍ୟାଳୟର ପାଚେରୀ ନିର୍ମାଣ, ଶ୍ରେଣୀ କୋଠରୀ ମରାମତି ତଥା ଅନ୍ୟାନ୍ୟ ଆନୁସାଙ୍ଗିକ ବିଧି ବ୍ୟବସ୍ଥା ପାଇଁ ଜିଲ୍ଲା ଅଧିକାରୀ, ଶିକ୍ଷାଧିକାରୀ ତଥା ମ୍ୟୁନସିପାଲଟି କର୍ତ୍ତୃପକ୍ଷ ଆବଶ୍ୟକୀୟ ପଦକ୍ଷେପ ନେଲେ ଶିକ୍ଷା ଦାନ ବ୍ୟବସ୍ଥା ସୁସଂହତ ହୋଇପାରିବ ।

Leave A Reply

Your email address will not be published.