ରାମଚଣ୍ଡୀ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା : ଅଭିନେତ୍ରୀ ଭୂମିକା ଦାଶଙ୍କ ନୃତ୍ୟ ଏବଂ କଣ୍ଠଶିଳ୍ପୀ ସୁଜ୍ଞାନୀ ମହାପାତ୍ରଙ୍କ ସଙ୍ଗୀତରେ ଝୁମିଲେ ଦର୍ଶକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଦ୍ଵିତୀୟ ବାର୍ଷିକୀ ରାମଚଣ୍ଡୀ ମହୋତ୍ସବ ବିବିଧ ସାଂସ୍କୃତିକ ସମାରୋହ ମଧ୍ୟରେ ରବିବାର ସନ୍ଧ୍ୟାରେ ଉଦ୍‌ଘାଟିତ ହେଇଯାଇଛି । ଛତ୍ରପୁର ନିକଟସ୍ଥ ମା’ ରାମଚଣ୍ଡୀ ମନ୍ଦିର ଟ୍ରଷ୍ଟ ଏବଂ ପୂଜା କମିଟିର ମିଳିତ ଆନୁକୂଲ୍ୟରେ ତିନିଦିନିଆ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେଉଛି । ଆୟୋଜିତ ଏହି ଦ୍ଵିତୀୟ ବାର୍ଷିକୀ ରାମଚଣ୍ଡୀ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାର ମେଗା ମଞ୍ଚରେ ଓଡ଼ିଆ ସିନେମା ଅଭିନେତ୍ରୀ ଭୂମିକା ଦାଶଙ୍କ ଅଭିନୟ ଏକ ସ୍ୱତନ୍ତ୍ର ଆକର୍ଷଣ ଥିଲା । ଭୂମିକା ଦାଶଙ୍କ ନୃତ୍ୟାଭିନୟ ଖୁବ୍ ଆକର୍ଷଣୀୟ କରିଥିଲା । ବିବିଧ କଳାକାରଙ୍କ ନୃତ୍ୟ ପରିବେଷଣ ଖୁବ୍ ଚିତ୍ତାକର୍ଷକ ଥିବାବେଳେ ଭୂମିକାଙ୍କ ନୃତ୍ୟ ଦର୍ଶକଙ୍କୁ ବେଶ୍ ଆକର୍ଷିତ ଓ ପ୍ରଭାବିତ କରିଥିଲା । ବିଶିଷ୍ଟ କଣ୍ଠଶିଳ୍ପୀ ସୁଜ୍ଞାନୀ ମହାପାତ୍ରଙ୍କ ସଙ୍ଗୀତରେ ଦର୍ଶକ ଝୁମିଥିଲେ । ତାଙ୍କରି ସଙ୍ଗୀତ ପରିବେଷଣରେ ଦର୍ଶକ ବିଭୋର ହୋଇଉଠିିଥିଲେ । କାର୍ଯ୍ୟକ୍ରମ ମୁଖ୍ୟ ଆବାହକ, ମୁଖ୍ୟ ଉଦ୍ୟକ୍ତା ତଥା ମନ୍ଦିର ଟ୍ରଷ୍ଟ ବୋର୍ଡ ସଂଯୋଜକ କମଳ କୁମାର ପଣ୍ଡା, ଟ୍ରଷ୍ଟି ଶ୍ରୀମତୀ ମଞ୍ଜୁଳା ପଣ୍ଡା, ଲକ୍ଷ୍ମୀ ନୃସିଂହ ପଣ୍ଡା, ରାମଚଣ୍ଡୀ ମନ୍ଦିର ପୂଜା କମିଟି ସମ୍ପାଦକ ତଥା ଆବାହକ ମହାରାଜ କୃଷ୍ଣଚନ୍ଦ୍ର ନାୟକ, ପୂଜା କମିଟି କର୍ମକର୍ତ୍ତା ତୁଷାର ଶତପଥୀ, ଜ୍ୟୋତିଷ ବିଶାରଦ ଦୀପକ ଦାସ୍, ସ୍ଥପତି ପଣ୍ତିତ ବିଜୟ ତ୍ରିପାଠୀ, ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳକ ତଥା ଛତ୍ରପୁର ନୃତ୍ୟ ନିର୍ଦ୍ଦେଶକ ସାଧାରଣ ସମ୍ପାଦକ କୋରିଓ ଗ୍ରାଫର ଜୀବନ କୁମାର ମହାରଣା ପ୍ରମୁଖଙ୍କ ସକ୍ରୀୟ ସହଯୋଗ ପୂର୍ଣ୍ଣ ଅଂଶଗ୍ରହଣ ଖୁବ୍ ନିଆରା ଓ ଚର୍ଚ୍ଚାର ବିଷୟ ହୋଇଛି । ପୂଜାକମିଟି, ଟ୍ରଷ୍ଟ ସଭ୍ୟ ଓ ମା’ଙ୍କ ଅଗଣିତ ଶ୍ରଦ୍ଧାଳୁ ଭକ୍ତଙ୍କ ସକ୍ରୀୟ ସହଯୋଗରେ ରାମଚଣ୍ଡୀ ମହୋତ୍ସବ ଖୁବ୍ ସୁରୁଖୁରୁରେ ସମ୍ପନ୍ନ ହୋଇଆସୁଅଛି ।

Leave A Reply

Your email address will not be published.