csstore

ରାଜ୍ୟ କ୍ରେଡିଟ ସେମିନାରରେ ସ୍ଵୟଂ ଶିଦ୍ଧା ଏଫ୍.ପି.ଓ ଏବଂ ପାଟଣେଶ୍ଵରୀ ଜଳ ବିଭାଜିକା ପ୍ରକଳ୍ପ ସମ୍ମାନିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଭୁବନେଶ୍ୱର ସ୍ଥିତ ମେଫେଆର ହୋଟେଲରେ ଆୟୋଜିତ ନାବାର୍ଡର ରାଜ୍ୟ କ୍ରେଡିଟ ସେମିନାର ୨୦୨୫ ଉତ୍ସବରେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ କେନ୍ଦୁଭଟା ସ୍ଥିତ ଦେବଦତ୍ତ କ୍ଲବ ଦ୍ଵାରା ପରିଚାଳିତ ହୋଇଯାଇଛି । ଏବଂ ନାବାର୍ଡ ସହାୟତାରେ କାମ କରୁଥିବା ସ୍ଵୟଂ ସିଦ୍ଧା କୃଷକ ଉତ୍ପାଦକ କମ୍ପାନୀକୁ ରାଜ୍ୟର ଅଗ୍ରଣୀ ଏଫ୍.ପି.ଓ ଭାବରେ ଓ ପାଟଣେଶ୍ଵରୀ ଜଳ ବିଭାଜିକା ପ୍ରକଳ୍ପକୁ ପ୍ରାକୃତିକ ସମ୍ପଦର ସୁରକ୍ଷା ଓ ସୁପରିଚାଳନା କ୍ଷେତ୍ରରେ ସଫଳତାର ସହିତ କାମ କରୁଥିବାରୁ । ପାଟଣେଶ୍ଵରୀ ଜଳ ଭିବଜିକା ପ୍ରକଳ୍ପର ସମ୍ପାଦକ ସୁରେଶ ଚନ୍ଦ୍ର ଖମାରୀ ଏବଂ ସ୍ଵୟଂ ସିଦ୍ଧା କୃଷକ ଉତ୍ପାଦକ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଶେଷଦେବ ସାହୁଙ୍କୁ । ମୁଖ୍ୟ ଅତିଥି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ସମ୍ମାନିତ କରିଥିବା ବେଳେ ଦେବଦତ୍ତ କ୍ଲବ ସମ୍ପାଦକ କାହ୍ନୁ ଚରଣ ମାଝି ଓ ସୁଶାନ୍ତ ପଣ୍ଡା ଉପସ୍ଥିତ ଥିଲେ । ଏହି ଅବସରରେ ସମ୍ମାନିତ ଅତିଥି ଭାବରେ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, କର୍ପୋରେସନ ଉନ୍ନୟନ କମିଶନର ପ୍ରଭାକର ପାର୍ଟିଲ, ରାଜ୍ୟସ୍ତରୀୟ ବେଙ୍କର୍ସ କମିଟି କନଭେନର ଗୌତମ ପାତ୍ର, ନାବାର୍ଡ ସି.ଜି.ଏମ ଡ.ଏସ.କେ.କେ ମିଶ୍ର ଯୋଗ ଦେଇଥିବା ବେଳେ ନାବାର୍ଡର ସମସ୍ତ ଜିଲ୍ଲା ସ୍ତରୀୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.