csstore

“ଭୂମିକା ଆୟୋଜିତ ଚିତ୍ରାଙ୍କନ ପ୍ରତିଯୋଗିତା”

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶାର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ଭୂମିକା ତରଫରୁ ସ୍କୁଲ ଛାତ୍ରଛାତ୍ରୀ ମଧ୍ୟରେ ବରିଷ୍ଠ ଓ କନିଷ୍ଠ ବର୍ଗରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି । ଏହି ପ୍ରତିଯୋଗିତାରେ ବିଭିନ୍ନ ବିଦ୍ୟାଳୟରୁ ସହସ୍ରାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ବରିଷ୍ଠ ବର୍ଗରେ ପୃଥ୍ୱୀରାଜ ହାଇସ୍କୁଲର ଅର୍ଜୁନ କବାଟ ପ୍ରଥମ, ପୃଥ୍ୱୀରାଜ ହାଇସ୍କୁଲର ଆୟୁଷ ବାରିକ ଦ୍ଵିତୀୟ, ବିଶ୍ଵତ୍ମାବିଦ୍ୟାମନ୍ଦିର ସୃତିସାମନ୍ତ ତୃତୀୟ ସେହିପରି କନିଷ୍ଠ ବର୍ଗରେ ଏକାଡେମୀ ହାଇଟର ମିଥିଲେଶ କୁମାର ବେହେରା ପ୍ରଥମ, ବିଶତ୍ମା ବିଦ୍ୟାମନ୍ଦିରର ସୌମ୍ୟରଞ୍ଜନ ସାହୁ ଦ୍ଵିତୀୟ, ସରକାରୀ ବାଳିକା ବିଦ୍ୟାଳୟର ରଶ୍ମୀତା ମେହେର ତୃତୀୟ ଓ ଶାନ୍ତନା ମୂଳକ ପୁରସ୍କାର ଭାବେ ହର୍ଷିତା ସିଂହ, ବିଜୟ ଗୁଡିୟା, ନୈନା ପାତ୍ର ପୁରସ୍କୃତ ହୋଇଛନ୍ତି । ଆଜି ଏହି କାର୍ଯ୍ୟକ୍ରମର ପୁରସ୍କାର ବିତରଣରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରୀୟ ବିଦ୍ୟାଳୟର ଅଧକ୍ଷ ଗଣେଶ ପ୍ରଧାନ ଯୋଗ ଦେଇଥିଲେ, ଓ ବିଚାରକ ଭାବେ ରୁଦ୍ରଦେବ ପ୍ରଧାନ, ମହେନ୍ଦ୍ର ମଲ୍ଲିକ, ଓ ଅଶ୍ୱିନୀ ରଥ ଯୋଗ ଦେଇଥିଲେ, ଏହି ସଭାକୁ ସ୍ଵାଗତ କରିଥିଲେ ବ୍ୟାସଦେବ ନନ୍ଦ ଭୂମିକାର ସଭାପତି ବିରେନ୍ଦ୍ର ବନଛୋର୍ ପ୍ରତିଯୋଗୀତାର ଆବାହକ ପ୍ରଭାସ ଷଡଙ୍ଗୀ ଓ ଭୂମିକା ସମ୍ପାଦକ ଜିତେନ୍ଦ୍ରିୟ ତ୍ରିପାଠୀ ମଞ୍ଚାସିନ ଥିଲେ । ଭୂମିକା ପରିବାରର ସଦସ୍ୟ ଚିତ୍ତରଞ୍ଜନ ଦାଶ, ଧର୍ମେନ୍ଦ୍ର ପ୍ରସାଦ ନନ୍ଦ, ରାଜେନ୍ଦ୍ର ମିଶ୍ର, ନୟନ ମହାନ୍ତି ରାଜୀବ ଲୋଚନ ଆଚାର୍ଯ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ । ସଭାଶେଷରେ ଜିତେନ୍ଦ୍ରିୟ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.