jayashree

ଛାତ୍ର କଂଗ୍ରେସର ଉଦ୍ୟମ କ୍ରମେ ରାଜେନ୍ଦ୍ର କଲେଜରେ ଫିଜ୍‌ ଛାଡ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସର ବାରମ୍ବାର ଉଦ୍ୟମ କ୍ରମେ ଆଜି ରାଜେନ୍ଦ୍ର କଲେଜ (ଅଟୋନମସ) କର୍ତ୍ତୃପକ୍ଷ ନୂତନ ଫିଜ୍‌ ଘୋଷଣା କରିଛନ୍ତି । ଏହି ଘୋଷଣା ପତ୍ରରେ ପୂର୍ବ ଅପେକ୍ଷା ଛାତ୍ରଛାତ୍ରୀ ପ୍ରାୟ ହଜାରେ ଟଙ୍କା ରିହାତି ପାଇଛନ୍ତି । ସୂଚନାଯୋଗ୍ୟ ଯେ, ଗତ ବର୍ଷ ଜୁନମାସ ୮ତାରିଖରେ ଛାତ୍ରଛାତ୍ରୀମାନଙ୍କ ବିଭିନ୍ନ ସମସ୍ୟା ନେଇ ଜିଲ୍ଲା ଛାତ୍ର କଂଗ୍ରେସ କଲେଜ ଅଧ୍ୟକ୍ଷଙ୍କୁ ଦେଖା କରିଥିଲା । ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁଙ୍କ ନେତୃତ୍ୱରେ ଏକ ଦଳ କଲେଜ କର୍ତ୍ତୃପକ୍ଷଙ୍କ ସାମମ୍ନାରେ ୩ଦଫା ଦାବୀ ପ୍ରସ୍ତୁତ କରିଥିଲା । କୋଭିଡ୍‌ ସମୟରେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଭିଡରୁ ଦୂରେଇ ରଖିବା, କଲେଜ ଫିଜ୍‌ରେ ରିହାତି ଓ ସେମିଷ୍ଟାର ଫିଜ୍‌ ଫେରସ୍ତ ପାଇଁ ଦାବୀ କରାଯାଇଥିଲା । କଲେଜ କର୍ତ୍ତୃପକ୍ଷ ଛାତ୍ର କଂଗ୍ରେସର ଏ ସବୁ ଦାବୀ ଗୁଡିକୁ ତୁରନ୍ତ ଗ୍ରହଣ କରିଥିଲେ ସୁଦ୍ଧା ଏ ସଂକ୍ରାନ୍ତୀୟ କୈାଣସି ଘୋଷଣା ପତ୍ର ଦେଇନଥିଲେ । ତେବେ ଛାତ୍ର କଂଗ୍ରେସ ବାରମ୍ବାର ଏ ବିଷୟ କଲେଜ କର୍ତ୍ତୃପକ୍ଷଙ୍କ ସାମନାରେ ରଖି ଗରିବ ଛାତ୍ରଛାତ୍ରୀଙ୍କର ପକ୍ଷ ରଖିଥିଲା । ସେହି କ୍ରମେ ଗତ ୧୮ ତାରିଖରେ କଲେଜ କର୍ତ୍ତୃପକ୍ଷ ଛାତ୍ର କଂଗ୍ରେସକୁ ଫିଜ୍‌ ଛାଡ କରିବା ନେଇ କଥା ଦେବା ସଙ୍ଗେ ସଙ୍ଗେ ଏକ ବିଧିବଦ୍ଧ ଘୋଷଣା ପତ୍ର ପ୍ରକାଶ କରିଛନ୍ତି । ଫଳରେ ସାରା ଓଡିଶାରେ ପ୍ରଥମ ଭାବେ କେବଳ ରାଜେନ୍ଦ୍ର ଅଟନୋମସ କଲେଜର ଉଭୟ ଅଣ୍ଡର ଗ୍ରାଜୁଏଟ୍‌ ଓ ପୋଷ୍ଟ ଗ୍ରାଜୁଏଟ ଛାତ୍ରଛାତ୍ରୀମାନେ ୭୦୦ରୁ ୧୦୦୦ଟଙ୍କା ପର୍ଯ୍ୟନ୍ତ କଲେଜ ଫିଜ୍‌ ଛାଡ ପାଇପାରିଛନ୍ତି । ଗତ କୋଭିଡ ସମୟରେ ସାଧାରଣତଃ ଗରିବ ଜନସାଧାରଣଙ୍କ ଅର୍ଥନୈତିକ ସ୍ଥିତି ଭାଙ୍ଗି ପଡିଥିବା ବେଳେ ରାଜେନ୍ଦ୍ର କଲେଜରେ ପାଠପଢୁଥିବା ଗରିବ ବର୍ଗର ଛାତ୍ରଛାତ୍ରୀ ଆଶ୍ୱସ୍ଥି ପ୍ରକାଶ କରିବା ସହ ଜିଲ୍ଲା ଛାତ୍ର କଂଗ୍ରେସକୁ ସାଧୁବାଦ ଜଣାଇଛନ୍ତି । ଅପରପକ୍ଷେ ଜିଲ୍ଲା ଛାତ୍ର କଂଗ୍ରେସ ଗରିବ ଛାତ୍ର ଛାତ୍ରୀଙ୍କ ସପକ୍ଷରେ କଲେଜ କର୍ତ୍ତୃପକ୍ଷଙ୍କ ଏହି ନିଷ୍ପତ୍ତିକୁ ପ୍ରଶଂସା କରିବା ସହ କଲେଜ ଅଧ୍ୟକ୍ଷ ଦୁର୍ଗା ପ୍ରଶନ୍ନ ମହାପାତ୍ରଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.