କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : କଣ୍ଟାବାଞ୍ଜି ପ୍ରିମିଅର ଲିଗ୍ରେ ପ୍ରଭାତ କ୍ଲବରୁ ଖେଳିବେ ଓଡ଼ିଶାର ସୁନାମଧନ୍ୟ ଖେଳାଳି ବିପ୍ଳବ ସାମନ୍ତରାୟ । କଣ୍ଟାବାଞ୍ଜି ରେଲୱେ ଷ୍ଟେସନରେ ପ୍ରଭାତ କ୍ଲବ ଏବଂ ଅନ୍ୟ କ୍ରିକେଟ ଖେଳାଳି ମାନଙ୍କ ଦ୍ଵାରା ବିପ୍ଳବ ସାମନ୍ତରାୟ , ସୂର୍ଯ୍ୟକାନ୍ତ ପ୍ରଧାନ ଏବଂ ସୌଭାଗ୍ୟ ରାଉତଙ୍କୁ ସ୍ୱାଗତ କରିବା ସହିତ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି । ବିପ୍ଲବ ସାମନ୍ତରାୟ ଜଣେ ଡାହାଣହାତୀ ବୋଲର ଏବଂ ମଧ୍ୟମ ଅର୍ଡର ବ୍ୟାଟ୍ସମ୍ୟାନ୍ । ପ୍ରଥମ ଶ୍ରେଣୀ କ୍ରିକେଟରେ ସେ ରଣଜୀ ଟ୍ରଫିରେ ଓଡିଶା ପାଇଁ ଖେଳନ୍ତି । ସେ ଉଦ୍ଘାଟନୀ ସଂସ୍କରଣରେ ଓଡିଶା ପ୍ରିମିୟର ଲିଗରେ କଟକ ବାରବାଟି ଟାଇଗର୍ସରୁ ଖେଳି କ୍ୟାପଟେନ ହୋଇଥିଲେ ଏବଂ ମ୍ୟାନ୍ ଅଫ୍ ଦି ସିରିଜ୍ ପୁରସ୍କାର ପାଇଥିଲେ । ସେ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳିଛନ୍ତି । ସେ ୨୦୧୫ ସିଜନର ତୃତୀୟ ରାଉଣ୍ଡରେ ଆସାମ ବିପକ୍ଷରେ ଏକ ସ୍ମରଣୀୟ ବିଜୟ ପାଇଁ ଓଡ଼ିଶାକୁ ଆଗେଇ ନେଇଛନ୍ତି । ସେ ମଧ୍ୟ ପୂର୍ବ ଜୋନ୍ ଦଳର ଏକ ଅଂଶ ଯିଏକି ୨୦୧୧–୨୦୧୨ରେ ଏହାର ପ୍ରଥମ ଡୁଲିପ୍ ଟ୍ରଫି ଜିତିଥିଲେ ।
Prev Post