
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜିର ଦିନରେ ପ୍ରେମୀ ଯୁଗଳ ବିଭିନ୍ନ ଢଙ୍ଗରେ ଭେଲେଣ୍ଟାଇନ ଡେ’ ବା ପ୍ରେମ ଦିବସ ପାଳନ କରୁଥିବା ବେଳେ ବଲାଙ୍ଗିର ଇନ୍ଦ୍ରପ୍ରସ୍ତ ହୋଟେଲ ମାଲିକ ରାମ ଦାଶ ଓ ପତ୍ନୀ ଅନୟା ଦାଶ ବଲାଙ୍ଗିର ଭୀମଭୋଇ ମେଡିକାଲକୁ ଯାଇ ମରଣତ୍ତୋର ଶରୀର ଦାନ କରି ଏକ ନିଆରା ଢ଼ଙ୍ଗରେ ଭେଲେଣ୍ଟାଇନ ଡେ ପାଳନ କରିଛନ୍ତି । ଏହି ସମୟରେ ଭୀମ ଭୋଇ ମେଡିକାଲ କଲେଜର ଡିନ୍ ଡା ସ୍ୱୟଂମପ୍ରଭା ପ୍ରଧାନ, ଏନାଟୋମି ପ୍ରଫେସର ଡା ସନ୍ତୋଷ କୁମାର ସାହୁ, ମେଡିକାଲ କଲେଜ କର୍ମଚାରୀ ସନ୍ଧ୍ୟାରାଣୀ ରାୟ ଓ ମାରଓବ୍ୱାଡି ମହିଳା ସମିତି ସଭାପତି ବବି ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାରୁ ପ୍ରକାଶ ଯେ, ମେଡିକାଲ ଶିକ୍ଷାର୍ଥୀଙ୍କ ଗବେଷଣା ପାଇଁ ମର ଶରୀର ଆବଶ୍ୟକତା ରହିଛି । ମର ଶରୀର ଅଭାବରେ ଶିକ୍ଷାର୍ଥୀମାନଙ୍କ ଘୋର ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି । କିଛି ଦିନ ହେବ ଚକ୍ଷୁ ଦାନ ପ୍ରତି ଲୋକେ ସଚେତନ ହେବା ଦେଖାଯାଉଛି । ସେହିପରି ଲୋକେ ସ୍ୱତ ଶରୀର ଦାନ କଲେ ଶରୀର ଓ ଚିକିତ୍ସା ବିଜ୍ଞାନ ଆହୁରି ଉନ୍ନତ ହେବା ସହ ସମାଜ ପ୍ରତି ଏହା ପ୍ରକୃତ ଭେଲେଣ୍ଟାଇନ୍ ହେବ ବୋଲି ଦାଶ ଦମ୍ପତ୍ତି ପ୍ରକାଶ କରିଛନ୍ତି ।