ବାଘହାଣ୍ଡି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳନ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ବାଙ୍କିପାଲି କ୍ଲଷ୍ଟରରେ ଥିବା ବାଘହାଣ୍ଡି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି । ଉକ୍ତ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୁକୁନ୍ଦ ରଥ ସଭାପତିତ୍ୱ କରିଥିଲେ ଓ ବାର୍ଷିକ ବିବରଣୀ ପଠନ କରଥିଲେ । ଶିକ୍ଷୟିତ୍ରୀ ଶ୍ରୀମତୀ ରୀନା ପ୍ରଧାନ ସଭା ପରିଚାଳନା କରିଥିଲେ ଏବଂ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥିଭାବେ ସନ୍ତୋଷ ପଧାନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କନ୍ଦାଗାର୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସମ୍ମାନିତ ଅତିଥିଭାବେ ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ସୁନିଲ କୁମାର ସେଠ୍ ଓ ବିଦ୍ୟାଳୟର ପରିଚାଳନା କମିଟିର ଅଧ୍ୟକ୍ଷ ରଞ୍ଜନ ଜେନା ପ୍ରମୁଖ ଆଦି ଯୋଗଦେଇ ଛାତ୍ରଛାତ୍ରୀଙ୍କ କର୍ତ୍ତବ୍ୟ ଓ ଭବିଷ୍ୟତର ସୁନାଗରିକ ହେବାର ସୋପାନ ବିଷୟରେ ଆଲୋକପାତ କରିଥିଲେ । ଶେଷରେ ବିଦ୍ୟାଳୟ ସ୍ତରରେ ହୋଇଥିବା ବିଭିନ୍ନ ଶୈକ୍ଷିକ ଓ ଅଣ ଶୈକ୍ଷିକ ଦିଗରେ ହୋଇଥିବା ପ୍ରତିଯୋଗିତା ଏବଂ ଅତିଥିମାନଙ୍କ ଦ୍ୱାରା ବାର୍ଷିକ କ୍ରୀଡାରେ କୃତୀ ଛାତଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ସର୍ବଶେଷରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରୀମତୀ ରୀନା ପ୍ରଧାନ ସମସ୍ତ ଅତିଥି ତଥା ଛାତ୍ରଛାତ୍ରୀମାନଙ୍କ ଜୀବନ ଦୀର୍ଘାୟୁ, ସୁଖମୟ କାମନା କରି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.