କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଦିନ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଡ଼ୋଳାମଣି ଭୋଇଙ୍କ ତତ୍ୱାବଧାନରେ କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଡାସିଂହା ତିଳକରାମ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଜ୍ୟୋସ୍ନାରାଣୀ ସାହୁ ଯୋଗ ଦେଇଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ସୁନା ସଭାପତିତ୍ଵ କରିଥିଲେ । ମୁଖ୍ୟବକ୍ତା ଭାବେ ଭାରତୀ ସାହୁ ଯୋଗ ଦେଇଥିଲେ । ଏହି ମେଳାରେ ଗୋପାଳଜୀ ଚୌଧୁରୀ ଏବଂ କେଦାରନାଥ ସାହୁ ବିଚାର ବିଭାଗର ଦାୟିତ୍ଵ ତୁଳାଇ ପ୍ରଦର୍ଶନୀର ସମସ୍ତ ଶିକ୍ଷଣ ସାମଗ୍ରୀ ଷ୍ଟଲକୁ ପରିଦର୍ଶନ କରିଥିଲେ । ଉକ୍ତ ମେଳାରେ କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟରୁ ଛାତ୍ରଛାତ୍ରୀ ଓ ଶିକ୍ଷକ, ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ ।

Leave A Reply

Your email address will not be published.