କଟକ କାଠ ଯୋଡ଼ି ନଦୀରୁ ମୃତଦେହ ଠାବ

କଟକ : କାଠ ଯୋଡ଼ି ନଦୀରୁ ମୃତଦେହ ଠାବ । ନେତାଜୀ ସୁବାସ ଚନ୍ଦ୍ର ବୋଷ ସେତୁ ତଳେ ପଡି ରହିଛି । ମୃତକ ଜଣେ ଛାତ୍ର ହୋଇଥିବା ସୂଚନା ମିଳିଛି । ହେଲେ ଏବେ ଯାଏଁ ତାଙ୍କର ପରିଚୟ ମିଳିପାରିନାହିଁ । ମଙ୍ଗଳବାର ପୂର୍ବାହ୍ନରୁ ଘରୁ ବାହାରି ଆଉ ଫେରିନଥିଲେ ଛାତ୍ର । ପରିବାର ଲୋକ ବହୁ ଖୋଜାଖୋଜି ପରେ ବି କୌଣସି ପତ୍ତା ମିଳିନଥିଲା । ଶେଷରେ ବୁଧବାର ଦିନ ସକାଳ ସମୟରେ କଟକ କାଠଯୋଡି ନଦୀରେ ଅବସ୍ଥିତ ନେତାଜୀ ସୁବାସ ଚନ୍ଦ୍ର ବୋଷ ସେତୁ ତଳେ ଛାତ୍ର ଜଣଙ୍କର ମୃତଦେହ ପଡିଥିବାର ଦେଖିଥିଲେ କିଛି ଲୋକ । ଏହାପରେ ସ୍ଥାନୀୟ ଲୋକ ତୁରନ୍ତ ମର୍କତନଗର ଥାନା ପୋଲିସକୁ ଖବର ଦେଇଥିଲେ । ମର୍କତ ନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଛାନ୍‌ଭିନ୍‌ ଜାରି ରଖିଛି । ହେଲେ ବର୍ତ୍ତମାନ ଯାଏଁ ମୃତ୍ୟୁ ସଠିକ କାରଣ ଜଣାପଡିନାହିଁ ।

Leave A Reply

Your email address will not be published.