oom

କର୍ଲା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଆୟାମ-୨୦୨୫ ଅନୁଷ୍ଠିତ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଚଳକୀ ପଞ୍ଚାୟତ କର୍ଲା ଗ୍ରାମରେ ଥିବା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଆୟାମ-୨୦୨୫ ମଙ୍ଗଳବାର ପୂର୍ବାହ୍ନରେ ବିଦ୍ୟାଳୟ ପରିସରରେ ଏକ ଭବ୍ୟସମାରୋହରେ ଅନୁଷ୍ଠିତ ହୋଇଯାଇଛି । କର୍ଲା ଉନ୍ନୀତ ଉଚ୍ଚବିଦ୍ୟାଳୟ ପ୍ରଧାନଶିକ୍ଷକ ଶ୍ରୀମନ୍ତ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ମୁରିବାହାଲ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢ଼ିହାରୀ ମୁଖ୍ୟ ଅତିଥି, ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବିନେକେଲାର ଅଧ୍ୟାପକ ପୁଲସ୍ତି ବେହେରା ମୁଖ୍ୟବକ୍ତା, ମୁରିବାହାଲ ପଞ୍ଚାୟତି ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ସୁନୀଲ କୁମାର ପାତ୍ର, ଚଳକୀର ପୂର୍ବତନ ସରପଞ୍ଚ ସତ୍ୟନାରାୟଣ ବୁଡେକ ଓ ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଛବି ବାଗ ସମ୍ମାନିତ ଅତିଥି ରୂପେ ଯୋଗଦେଇ ମତବ୍ୟକ୍ତ କରିଥିଲେ । ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସହକାରୀ ଶିକ୍ଷକ ରିଚପାଲ କୁଅଁର, ଗୋବିନ୍ଦ ବଗର୍ତ୍ତୀ, ଦେବାଶିଷ ବାଗ, ବିକାଶ ସାହୁ, ସୁଜିତ୍ ମନହିରା ଓ ଶିକ୍ଷୟିତ୍ରୀ ବିନୋଦିନୀ ନାୟକ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରି ସହଯୋଗ କରିଥିଲେ । ବିଦ୍ୟାଳୟର ଯୁବ ବିଜ୍ଞାନ ଶିକ୍ଷକ ହେମନ୍ତ କୁମାର ଛତ୍ରିଆଙ୍କ ତତ୍ଵାବଧାନରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ବିଚିତ୍ରା ପରିବେଷଣ କରିଥିଲେ । ବିଦ୍ୟାଳୟର ଗଣିତ ଶିକ୍ଷକ ସୁଧାଂଶୁ ଶେଖର ମିଶ୍ର ମଞ୍ଚ ପରିଚାଳନା କରିଥିବା ବେଳେ ଶେଷରେ ବରିଷ୍ଠ ଶିକ୍ଷକ ଉମେଶ ମାଝୀ ଧନ୍ୟବାଦ ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.