ସୁବର୍ଣ୍ଣପୁର, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହାଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡଃ. ରବିଚନ୍ଦ୍ର ପାଶୟତଙ୍କ ସଭାପତିତ୍ୱରେ ନୂତନ ଭାବରେ ଯୋଗଦେଇଥିବା ସଂସ୍କୃତ ଶିକ୍ଷକ ରାଜୁ ମେହେରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ସଭାରେ ମୁଖ୍ୟ ଅତିଥିଭାବରେ ବିଦ୍ୟାଳୟର ପରିଚାଳନା କମିଟି ସଦସ୍ୟ ଭକ୍ତ ଭୋଇ ମଞ୍ଚାସୀନ ହୋଇ ବିଦ୍ୟାଳୟର ବହୁ ଦିନରୁ ଖାଲି ପଡ଼ିଥିବା ସଂସ୍କୃତ ଶିକ୍ଷକ ପଦବୀ ପୂରଣ ହୋଇଥିବାରୁ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ଖୁସି ବ୍ୟକ୍ତ କରିଥିଲେ । ବିଦ୍ୟାଳୟର ମୋ ସ୍କୁଲ ଅଭିଯାନ କମିଟି ସଭାପତି ସତ୍ୟନାରାୟଣ ପ୍ରଧାନ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବିଦ୍ୟାଳୟର ଉନ୍ନତି ପାଇଁ ଆବଶ୍ୟକୀୟ କାର୍ଯ୍ୟ ସମ୍ପାଦନ କରିବାକୁ ଆହ୍ୱାନ ଦେଇଥିଲେ । ଶ୍ରୀ ରାଜୁ ମେହେର ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ଦିଗରେ ପ୍ରୟାସ କରିବାକୁ ମତବ୍ୟକ୍ତ କରିଥିଲେ । ସଭାର ପ୍ରାରମ୍ଭରେ ଜନନିକା ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ସଭାକୁ ସଂଯୋଜନା କରିଥିଲେ । ଛାତ୍ରୀ ଜନନିକା ନାୟକ, ଲିପ୍ସା ଜୁଆଡି , ଅର୍ଚ୍ଚିତା ପ୍ରଧାନ ଓ ପୂଜାରାଣୀ ଦୀପ ନିଜସ୍ଵ ବକ୍ତବ୍ୟ ରଖିଥିଲେ । ଶେଷରେ ଶିକ୍ଷକ କିରଣ କୁମାର ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ସଞ୍ଜୀବ ପୂଜାରୀ, ଲିପି ପ୍ରଧାନ, ମୀନକେତନ ଦାସ, ବିଭୀଷଣ ଖମାରୀ, ସୁରଜ ଖମାରୀ ଓ ସମୀର କଠାର ପ୍ରମୁଖ ସହଯୋଗ କରିଥିଲେ ।