ମାହେଶ୍ୱରୀ ସ୍ୱେଚ୍ଛାସେବୀ ସଂଗଠନ ତରଫରୁ ପ୍ରୟାସ ସ୍ୱଚ୍ଛତା ଓ ସଂଯମତା କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ମାହେଶ୍ୱରୀ ସ୍ୱେଚ୍ଛାସେବୀ ସଂଗଠନ ତରଫରୁ ୱାର୍ଡ ନଂ.୧ ସ୍ଥିତ ଚମାରପଡାଠାରେ ଏକ ମହିଳା ସଚେତନତା ଧର୍ମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶତାଧିକ କିଶୋରୀ ତଥା ମହିଳାମାନେ ଉପସ୍ଥିତ ଥିଲେ । ଋତୁସ୍ରାବ ଜନିତ ରୋଗ ଦ୍ୱାରା ଶତାଧିକ ମହିଳାମାନେ ରୋଗରେ ଆକ୍ରାନ୍ତ ହେବା ସହିତ ମୃତ୍ୟୁବରଣ କରିଛନ୍ତି ତଥା ବିଭିନ୍ନ ପ୍ରକାର ଅନ୍ଧବିଶ୍ୱାସର ମଧ୍ୟ ବଶବର୍ତ୍ତୀ ହେଇଛନ୍ତି । କିଶୋରୀମାନଙ୍କୁ ସଚେତନ କରିବା ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସ୍ୱଚ୍ଛତା ଓ ସଂଯମତା ବିଷୟରେ ପ୍ରଶିକ୍ଷକ ସୁଶ୍ରିତା ଠାକୁର କିଶୋରୀମାନଙ୍କୁ ଫଟୋ ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଷୟମାନଙ୍କୁ ଆଲୋକପାତ କରିବା ସହିତ କିଭଳି ସଂଯମତା ରକ୍ଷା କରି ନିଜର ସାମାଜିକ ଦାୟିତ୍ୱ ସମ୍ପନ୍ନ କରିବେ ତା’ସହ ସୁନ୍ଦର ଓ ସୁସ୍ଥ ଜୀବନ ଯାପନ କରି ପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ୱାର୍ଡ ନମ୍ବର ୧ର ଅଙ୍ଗନବାଡୀ ଅଞ୍ଜଳି ବାଗ ସହଯୋଗ କରିଥିଲେ । ମାହେଶ୍ୱରୀ ସଂଗଠନର ସଦସ୍ୟ ଆଶୁତୋଷ ବାଗ ଓ ଜ୍ୟୋତି ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଆଗାମୀ ଦିନରେ ବଲାଙ୍ଗିରର ସବୁ ୱାର୍ଡରେ ସଚେତନତା ଶିବିର ହେବ ବୋଲି ଅନୁଷ୍ଠନ ପରିଚାଳନା ନିର୍ଦ୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.