csstore

୫ ଦିନିଆ ବାଲବାଟିକା ଆଧାରିତ କର୍ମଶାଳା ‘ପ୍ରସ୍ତୁତି’ ଅନୁଷ୍ଠିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ସ୍ଥାନୀୟ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ମୟୂରଭଞ୍ଜ, ବାରିପଦାର ସମ୍ମିଳନୀ କକ୍ଷରେ ଆଞ୍ଚଳିକ ସାଧନକର୍ମୀମାନଙ୍କ ପାଇଁ ୫ ଦିନିଆ ବାଲବାଟିକା ଆଧାରିତ କର୍ମଶାଳା ‘ପ୍ରସ୍ତୁତି’ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୟୂରଭଞ୍ଜ ଜିଲ୍ଲାର ୧୪ଟି ବ୍ଲକରୁ ଆସିଥିବା ୧୧୨ଜଣ ଆଞ୍ଚଳିକ ସାଧନକର୍ମୀମାନେ ଯୋଗଦାନ କରିଥିଲେ । ଏହି ଅବସରରେ ପ୍ରତିଷ୍ଠାନର ଅଧକ୍ଷ ପ୍ରମୋଦ କୁମାର ଡାକୁଆ ପ୍ରଶିକ୍ଷଣ ପେଟିକାର ଆଭିମୁଖ୍ୟ ତଥା ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି – ୨୦୨୦ ପ୍ରଣୟନ ଓ ଆଦ୍ୟ ଶୈଶବ ଶିକ୍ଷାର ଗୁରୁତ୍ଵ ସମ୍ପର୍କରେ ଆଲୋକପାତ କରିଥିଲେ । ଅନୁଷ୍ଠାନର ପୂର୍ବତନ ଅଧକ୍ଷ ଅନାଦି ଚରଣ ବିନ୍ଧାଣୀ, ବରିଷ୍ଠ ଶିକ୍ଷକ ପ୍ରଶିକ୍ଷିକା ଚମ୍ପାବତୀ ହାଁସଦା, ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଯୋଗେଶ୍ୱର ଘୋଷ ମହାପାତ୍ର, ସାଗର କୁମାର ଦଳନାଏକ ଓ ବଶିଷ୍ଠ କୁମାର ନାୟକ ତଥା ଶିକ୍ଷକ ପ୍ରଶିକ୍ଷିକା ଲିପିକା ଦାସ, ସାଗରିକା ମହାପାତ୍ର, ଓ ହରପ୍ରିୟା ନାୟକ ସାଧନକର୍ମୀ ଭାବରେ କର୍ମଶାଳାକୁ ସୂଚାରୁରୂପେ ପରିଚାଳନା କରିଥିଲେ । ଏହି କର୍ମଶାଳାରେ ଶିକ୍ଷକ,ଶିକ୍ଷୟିତ୍ରୀମାନଙ୍କର ଦକ୍ଷତା ବିକାଶ କରିବା, ପ୍ରାଥମିକ ଶିକ୍ଷକମାନଙ୍କୁ ଜାତୀୟ ଶିକ୍ଷାନୀତି ଆଧାରରେ ବାଲବାଟିକାର ଗୁରୁତ୍ୱକୁ ବୁଝାଇବା, ପ୍ରସ୍ତୁତ ଶ୍ରେଣୀ ପାଇଁ ବିଭିନ୍ନ ଦିଗର ବିକାଶ ଆଧାରିତ ଲକ୍ଷ୍ୟ ଗୁଡ଼ିକୁ ଶିକ୍ଷକ,ଶିକ୍ଷୟିତ୍ରୀମାନଙ୍କୁ ବୁଝାଇବା, ଶିକ୍ଷଣ ଫଳାଫଳ ସହ ଅବଗତ କରିବା, ଶିକ୍ଷକ.ଶିକ୍ଷୟିତ୍ରୀଙ୍କ ଶିକ୍ଷଣ କାର୍ଯ୍ୟ ପରିଚାଳନା ଦକ୍ଷତା ବୃଦ୍ଧି କରିବା ଓ ଶ୍ରେଣୀରେ ମାନ ନିର୍ଦ୍ଧାରଣ କୌଶଳ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ।

jayashree
Leave A Reply

Your email address will not be published.