୭୭ ଲିଟର ମଦ ଜବତ : ୨ ଗିରଫ

ତୁଷୁରା, (ଖୁସି ରାନୀ ସାହୁ) : ବଲାଙ୍ଗିର ଜିଲ୍ଲା ତୁଷୁରା ଅବକାରୀ ବିଭାଗ ୨ଟି ସ୍ଥାନରେ ଚଢ଼ାଉ କରି ୭୭ ଲିଟର ମଦ ଜବତ କରିବା ସହ ୨ ଜଣକୁ ଗିରଫ କରିଛି । ତୁଷୁରା ଥାନା ଅନ୍ତର୍ଗତ କେନ୍ଦୁଘାଟ ଛକ ଦେଇ ଏକ ବାଇକରେ କେନ୍ଦୁଘାଟ ଗ୍ରାମର କାଳିଆ ସା ଦେଶୀମଦ ନେଇ ଯାଉଥିବାବେଳେ ଅବକାରୀ ବିଭାଗ ଚଢ଼ାଉ କରି ୨୨ ଲିଟର ମଦ ଜବତ କରିଥିଲା । ସେହିପରି ଅର୍ଜୁନ ଛକରେ ଏକ ବାଇକରେ ସୁବର୍ଣ୍ଣପୁର ଜିଲ୍ଲା ଅଇଁଲାପାଲି ଗ୍ରାମର ତପି ରଣା ଏକ ଜରିବସ୍ତାରେ ଦେଶୀମଦ ନେଇ ଯାଉଥିଲା । ଅବକାରୀ ବିଭାଗ ଯାଞ୍ଚ କରି ୫୫ ଲିଟର ମଦ ଜବତ କରିଥିଲା । ଏନେଇ ପୃଥକ୍ ଦୁଇଟି ମାମଲା ରୁଜୁ କରି ୨ଟି ବାଇକ୍ ଜବତ କରାଯିବା ସହ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ତୁଷୁରା ଅବକାରୀ ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.