oom

ଚବିଶ ପ୍ରହର ନାମଯଜ୍ଞ ପାଇଁ କଳସ ଶୋଭାଯାତ୍ରା

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସଦର ପଞ୍ଚାୟତ କଛାରପାଲି ସାହୁପଡ଼ା ପ୍ରଗତି ଯୁବକ ସଂଘ ଆନୁକୂଲ୍ୟରେ ଚବିଶ ପ୍ରହର ନାମଯଜ୍ଞ ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଗାଁର ମହିଳା, ପୁରୁଷ ଦେଓଗାଁ ଯୋଗୀ ସାଗରରୁ ଜଳ ଭର୍ତ୍ତି କଳସ ଆଣି ଦେଓଗାଁ ଓ କଛାରପାଲି ଗାଁ ପରିକ୍ରମା କରି ଜଗନ୍ନାଥ ମନ୍ଦିରରେ ଥିବା ପହରୀ ମଣ୍ଡପରେ ସ୍ଥାପନ କରିଥିଲେ । ଚଳିତ ବର୍ଷ କର୍ତ୍ତା ଭାବେ ଶ୍ରୀକାନ୍ତ ସାହୁ ଓ ପତ୍ନୀ ବବି ସାହୁ ରହିଥିବା ବେଳେ ପୂଜକ ପ୍ରଦ୍ୟୁମ୍ନ ପାଣିଗ୍ରାହୀ, ଜପକ ଆଲୋକ ମିଶ୍ର ଓ କାହ୍ନା ମିଶ୍ର ରହିଛନ୍ତି । ଏହି ଶୋଭାଯାତ୍ରାରେ ସଭାପତି ଡ. ଶଶୀଭୂଷଣ ସାହୁ, ଉପ ସଭାପତି ଶ୍ୱେତବାହାନ ସାହୁ, ଶ୍ରୀନାଥ ସାହୁ, ସମ୍ପାଦକ ଦୁର୍ବାଦଳ ସାହୁ, ସହ ସମ୍ପାଦକ ଗୌରହରି ସାହୁ, କୋଷାଧ୍ୟକ୍ଷ ସୁମନ୍ତ ସାହୁ, ଉପ କୋଷାଧ୍ୟକ୍ଷ ରମେଶ ସାହୁ, ଉପଦେଷ୍ଟା ସାଧୁ ଚରଣ ସାହୁ, ଅନନ୍ତ ସାହୁ, କିଶୋର ସାହୁ ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.