କଂସ ଦରବାରରେ ଡିଲେଶ୍ଵର ସାହୁ ସମ୍ମାନିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ପଲସଦା ଗୁଏବାହାଲି ଠାରେ ଚାଲିଥିବା ସପ୍ତମ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ମହାରାଜ କଂସଙ୍କ ଆମନ୍ତ୍ରଣରେ ପଦ୍ମପୁର ଯେନିଥ ସ୍କୁଲର ଛାତ୍ରୀ ମାନଙ୍କର କଳାକୃତି ପ୍ରଦର୍ଶିତ ହୋଇଥିଲା । ଉକ୍ତ କଳାକୃତି ଉଚ୍ଚକୋଟି ଓ ମଥୁରା ନଗରବାସୀଙ୍କ ମନମୁଗ୍ଧ କରି ଭରପୁର ଆନନ୍ଦ ଦେଇଥିବାରୁ ମହାରାଜ କଂସ ଖୁସି ବ୍ୟକ୍ତ ହୋଇ ନୃତ୍ୟର କୋର୍ଡିନେଟର (ରେଡକ୍ରସ ଚାନ୍ସେଲର) ଡିଲେଶ୍ଵର ସାହୁଙ୍କୁ ଉପଢୌକନ ଦେଇ ସମ୍ମାନିତ କରିଥିଲେ ।

Leave A Reply

Your email address will not be published.