oom

୧୮ତମ ଚନ୍ଦ୍ରକାନ୍ତି ମେମୋରିଆଲ ବାର୍ଷିକ କ୍ରୀଡା

jsmm

ପୁଇଁତଲା, (କେପିଏନ୍‌ଏସ୍‌) : ପୁଇଁତଲା ବ୍ଲକ ଅନ୍ତର୍ଗତ ପଂଚାୟତ ଉଚ୍ଚ ବିଦ୍ୟାଳୟ, ବନ୍ଧପଡାଠାରେ ୧୮ତମ ଚନ୍ଦ୍ରକାନ୍ତି ମେମୋରିଆଲ ବାର୍ଷିକ କ୍ରୀଡାର ଉଦ୍‌ଯାପନୀ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆନନ୍ଦ ବଡ଼ପଣ୍ଡାଙ୍କ ସଭାପତିତ୍ୱରେ ଖେଳ ଶିକ୍ଷକ ପ୍ରବୀଣ ନାରାୟଣ ପଣ୍ଡା ଉତ୍ସବର ଲକ୍ଷ୍ୟ ତଥା ବିବରଣୀ ପାଠ କରିଥିଲେ । ପୂର୍ବତନ ପ୍ରଧାନ ଶିକ୍ଷକ ଯୋଗୀନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଶିକ୍ଷା ଓ କ୍ରୀଡା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଅଭିବୃଦ୍ଧି ପାଇଁ ଆବଶ୍ୟକ ବୋଲି ବକ୍ତବ୍ୟ ରଖିଥିଲେ । ଗ୍ରାମର ବରିଷ୍ଠ ନାଗରିକ ମିତ୍ରଭାନୁ ପଧାନ ସମ୍ମାନୀୟ ଅତିଥିଭାବେ ଯୋଗଦେଇ ଅନ୍ତର୍ନିହିତ ଗୁଣର ବିକାଶ, ପରିବେଶକୁ ସ୍ଵଚ୍ଚ ରଖିବା ଉପରେ ଛାତ୍ରଛାତ୍ରୀମାନଙ୍କୁ ଦିଗଦର୍ଶନ ଦେଇଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ବଡ଼ପଣ୍ଡା ଶୃଙ୍ଖଳା ଓ ସମୟାନୁବର୍ତ୍ତିତା ରହିବା ସହ ସ୍ୱାସ୍ଥ୍ୟକୁ ଠିକ ରଖିବା ପାଇଁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟର ପବିତ୍ର ମୋହନ ପଧାନ, ହରିବୋଲ ପଧାନ ସଭାକାର୍ଯ୍ୟରେ ସହଯୋଗ କରିଥିଲେ । ବାଳକ ଓ ବାଳିକା ବର୍ଗରେ ୮ଟି ଲେଖାଏଁ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଅତିଥି ବୃନ୍ଦ ବିଜୟୀ ହୋଇଥିବା ପ୍ରତିଯୋଗୀମାନଙ୍କୁ ମେଡାଲ ସହ ପ୍ରମାଣପତ୍ର ଦେଇ ଉତ୍ସାହିତ କରିଥିଲେ । ବାଳିକା ବିଭାଗରେ ସୁଷମା ପଧାନ ଓ ବାଳକ ବିଭାଗରେ ଶୋଭିତ କୁମ୍ଭାର ବିଜୟୀ ହୋଇ ଚମ୍ପିୟାନସ ଟ୍ରଫି ଅତିଥିମାନଙ୍କଠାରୁ ଗ୍ରହଣ କରିଥିଲେ । ଅଜିତ କୁମାର ଗୁରୁ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଓ ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.