oom

ପାରା ଅଲମ୍ପିକରେ ଦୁଇଟି ଗୋଲ୍ଡ ମେଡାଲ ହାସଲ କରିଥିବା ପାୟଲ ନାଗ ମାରୱାଡି ସମ୍ମେଳନ ଦ୍ୱାରା ସମ୍ମାନିତ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ଝିଅ ସୁଶ୍ରୀ ପାୟଲ ନାଗ ରାଜସ୍ଥାନ ଜୟପୁରରେ ଆୟୋଜିତ ପାରା ଅଲମ୍ପିକ ତୀରନ୍ଦାଜୀ ପ୍ରତିଯୋଗିତାରେ ଦୁଇଟି ଗୋଲ୍ଡ ମେଡାଲ ହାସଲ କରି ସମସ୍ତ ରାଜ୍ୟରେ ଗର୍ବ ଏବଂ ପ୍ରଶଂସା ହାସଲ କରିଛନ୍ତି । ଶୁକ୍ରବାର ସ୍ଥାନୀୟ ସେବା ସଦନ ଠାରେ ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମେଳନ ଦ୍ୱାରା ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ମାରୱାଡି ସମ୍ମେଳନ ଦ୍ୱାରା ୧୧ ହଜାର ଟଙ୍କାର ସହଯୋଗ ରାଶି ସହ ମୋମେଣ୍ଟୋ ଏବଂ ଉପଢୌକନ ପ୍ରଦାନ କରାଯାଇଥିଲା । ଏହି ଅବସରରେ ସମ୍ମେଳନର ସଭାପତି ସଞ୍ଜୟ ଅଗ୍ରୱାଲ, କାର୍ଯ୍ୟକାରୀ ସଭାପତି ମୋହନ ଅଗ୍ରୱାଲ, ସମ୍ପାଦକ ଗଜାନନ ଅଗ୍ରୱାଲ, ସହ-ସମ୍ପାଦକ ଅନୀଲ ମୋଦି, ପ୍ରାନ୍ତୀୟ ରାଜନୀତିକ ଚେୟାରମେନ ବିଷ୍ଣୁ ପ୍ରସାଦ କେଡିଆଙ୍କ ସହ ଅନେକ ସମସ୍ୟା ଉପସ୍ଥିତ ଥିଲେ । ମହିଳା ସମିତିର ପ୍ରାନ୍ତୀୟ ଅଧ୍ୟକ୍ଷା ବବିତା ଅଗ୍ରୱାଲଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମକୁ ମହିଳା ସମିତି ବଲାଙ୍ଗିର ଶାଖା ଅଧ୍ୟକ୍ଷା ଲକ୍ଷ୍ମୀ ଅଗ୍ରୱାଲ, ସମ୍ପାଦିକା ଜ୍ୟୋତି ଅଗ୍ରୱାଲ, ପ୍ରାନ୍ତୀୟ ଅଂଚଳ ପ୍ରମୁଖ ନିରୁପମା ଅଗ୍ରୱାଲ, ପ୍ରାନ୍ତୀୟ ମହିଳା ସଶକ୍ତିକରଣ ପ୍ରମୁଖ ସବିତା ଅଗ୍ରୱାଲ, ପ୍ରାନ୍ତୀୟ ଉପସଭାପତି କମଳା କେଡିଆ, ପ୍ରାନ୍ତୀୟ ମହିଳା ସଶକ୍ତିକରଣ ପ୍ରମୁଖ ଦୁର୍ଗାଦେବୀ ଅଗ୍ରୱାଲ, କୋଷାଧ୍ୟକ୍ଷ ସୁଧା ଅଗ୍ରୱାଲଙ୍କ ସହ ବହୁ ସଂଖ୍ୟାରେ ମହିଳା ସଦସ୍ୟ ଉପସ୍ଥିତ ରହି ପାୟଲଙ୍କୁ ସମ୍ମାନିତ କରିଥିଲେ । ଏହି ଅବସରରେ ସହଯୋଗ ଫାଉନଣ୍ଡେସନ, ମାରୱାଡି ଯୁବା ମଂଚ, ଜୈନ ସମାଜ ଦ୍ୱାରା ମଧ୍ୟ ତାଙ୍କୁ ସମ୍ମାନିତ କରାଯାଇଥିଲା ।

jittmm
Leave A Reply

Your email address will not be published.