oom

ଭାରସାମ୍ୟ ହରାଇ ଦୋକାନରେ ପିଟି ହେଲା ଟ୍ରକ୍

jsmm

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ଭାରସାମ୍ୟ ହରାଇ ଦୋକାନରେ ପିଟି ହେଲା ଟ୍ରକ୍ । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ମହାବୀର କଲୋନୀ ଯିବା ରାସ୍ତା ବୁଲାଣି ନିକଟରେ ଭାରସାମ୍ୟ ହରାଇ ପଶ୍ଚିମବଙ୍ଗ ନମ୍ବର ଥିବା ଏକ ଟ୍ରକ୍ ଓଡ଼ି ୩୩ ଡି ୭୨୩୮ ପାଖରେ ଥିବା ଏକ ଦୋକାନ ପାଚେରୀରେ ବାଡେଇ ହୋଇ ପାଖରେ ଥିବା ନାଳରେ ପଶିଯାଇଥିଲା । ଯାହାଫଳରେ କିଛି ସମୟ ପାଇଁ ଟ୍ରାଫିକ ବାଧାପ୍ରାପ୍ତ ହୋଇଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ଡ୍ରାଇଭର ଟ୍ରକଟିକୁ ବାହାର କରିଥିଲେ । ଅନେକ ସମୟରେ କଣ୍ଟାବାଞ୍ଜିରେ ଭାରିଯାନ ପାଇଁ ଟ୍ରାଫିକ ସମସ୍ୟା ବଢ଼ିବାରେ ଲାଗିଛି । ବାହାର ରାଜ୍ୟର ଅନେକ ଭାରିଯାନ ଦିନ ତମାମ ସହର ଭିତରକୁ ପ୍ରବେଶ କରିବା କାରଣରୁ ଟ୍ରାଫିକ ସମସ୍ୟା ବଢ଼ିବାରେ ଲାଗିଛି । ଇନ୍‌ସୁରାନ୍ସ ଅବଧି ସରିଯାଇଥିଲେ ମଧ୍ୟ ବାହାର ରାଜ୍ୟରୁ ଭାରିଯାନ ଆସି କଣ୍ଟାବାଞ୍ଜି ଅଞ୍ଚଳରେ ବୁଲୁଥିବା ଦେଖିବାକୁ ମିଳୁଛି । ଏହି ଦୁର୍ଘଟଣା ଘଟିଥିବା ଟ୍ରକର ମଧ୍ୟ ଇନ୍‌ସୁରାନ୍ସ ଅବଧି ଶେଷ ହୋଇଥିବା ସୂଚନା ମିଳିଛି ।

jittmm
Leave A Reply

Your email address will not be published.