oom

ଜିଲ୍ଲା ଯକ୍ଷ୍ମା ନିରାକରଣ ବିଭାଗ ପକ୍ଷରୁ ସଚେତନତା ରାଲି

jsmm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ କଣମଣା ପଞ୍ଚାୟତର ମାଟିଖାଲ ଛକ ଠାରୁ କଣମଣା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଜିଲ୍ଲା ଯକ୍ଷ୍ମା ନିରାକରଣ ବିଭାଗ ପକ୍ଷରୁ ଆମ ଦେଶକୁ ଟି.ବି. ମୁକ୍ତ କରିବା ନେଇ ଏକ ସଚେତନତା ରାଲି ବାହାରିଥିଲା । ଛତ୍ରପୁର ବ୍ଲକ୍ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଭାରତୀୟ ବିରଳ ମୂର୍ତ୍ତିକା ଆଇ.ଆର୍.ଇ.ଏଲ୍. ପକ୍ଷରୁ ଟି.ବି. ମୁକ୍ତ ଭାରତ ନିମନ୍ତେ ୧୦୦ ଦିନିଆ ସଚେତନତା ଅଭିଯାନ ନେଇ ଏହି ରାଲି ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବ୍ଲକ୍ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକ୍ଷକ ଡ଼ା. ସ୍ୱାଧିନ ରଥ ଅତିଥି ଭାବେ ଯୋଗଦେଇ ସବୁଜ ପତାକା ଦେଖାଇ ଏହି ରାଲିର ଶୁଭାରମ୍ଭ କରିଥିଲେ । ଜିଲ୍ଲା ଯକ୍ଷ୍ମା ବିଭାଗ ସରକାରୀ ଓ ବେସରକାରୀ ସଂଯୋଜକ ସୁଧୀରକାନ୍ତ ବେହେରା , ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ, ଜେନେରାଲ ମ୍ୟାନେଜର ହେଡ କିଶୋର କୁମାର ପାତ୍ର , ଜେନେରାଲ ମ୍ୟାନେଜର ଫାଇନାନ୍ସ କୌଶିକ ଧର, ଚିପ୍ ଜେନେରାଲ ମ୍ୟାନେଜର ରାୟଭାର୍ଗିଶ, ସୁରକ୍ଷା ଜେନେରାଲ ମ୍ୟାନେଜର ଭାର୍ଗେଶ ଏନ୍ତୁନି, ସି.ଏସ୍‌.ଆର୍ ମୁଖ୍ୟ ନରେନ୍ଦ୍ର କୁମାର ନାୟକ, ବରିଷ୍ଠ ପ୍ରବନ୍ଧକ ଦୀପକ କୁମାର ମିଶ୍ର, ବ୍ଲକ୍ କାର୍ଯ୍ୟକ୍ରମ ପରିଚାଳକ ସିମାଞ୍ଚଳ ପ୍ରଧାନ, ବରିଷ୍ଠ ଯକ୍ଷ୍ମା ନିରୀକ୍ଷକ ପ୍ରଭାତ କୁମାର ସାହୁ, ବରିଷ୍ଠ ଲେବ୍ରେଟରୀ ସୁପରଭାଇଜର ପ୍ରଦୀପ କୁମାର ଓଁକାର, ଟିବି ଚମ୍ପିୟାନ ମୁନା ବେହେରା ଓ ବିଶୀକେଶନ ଦାସ, ଲକ୍ଷ୍ମୀଧର ଦାସ ଏବଂ କାଳୀପଲ୍ଲୀ, କଣମଣା ପଞ୍ଚାୟତର ମହିଳା ସ୍ୱାସ୍ଥ୍ୟକର୍ମୀ ଓ ସମସ୍ତ ଆଶାକର୍ମୀ ଉପସ୍ଥିତ ରହି ସ୍ଲୋଗାନ ମାଧ୍ୟମରେ ପ୍ରଚାର ପ୍ରସାର କରିବା ସାଙ୍ଗକୁ ମାଟିଖାଲ ଛକ ଠାରୁ କଣମଣା ଗ୍ରାମ ପରିଭ୍ରମଣ କରିଥିବା ବେଳେ ବ୍ଲକ୍ ଅଧ୍ୟକ୍ଷ ଡ଼ା. ସ୍ୱାଧିନ ରଥ ଗ୍ରାମର ସଦସ୍ୟଙ୍କୁ ଟିବି ରୋଗର ପାଦୃର୍ଭାବ ଓ ନିରାକରଣ ସମ୍ପର୍କରେ ବୁଝାଇଥିଲେ ।

jittmm
Leave A Reply

Your email address will not be published.