oom

ପୃଥ୍ୱୀରାଜ ହାଇସ୍କୁଲ ବଲାଙ୍ଗିର ୧୯୭୭ ବ୍ୟାଚ୍‌ ସାମାଜିକ ଓ ସାଂସ୍କୃତିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୃଥ୍ୱୀରାଜ ହାଇସ୍କୁଲ ୧୯୭୭ ବ୍ୟାଚ୍‌ ସମାଜିକ ଓ ସାଂସ୍କୃତିକ ସଂଘ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ବଲାଙ୍ଗିର ସହର ସ୍ଥିତ ବହୁ ପୁରାତନ ଦଳଗଞ୍ଜନ ପ୍ରେସ ବହୁ ବର୍ଷ ହେଲା ଅଚଳ ହୋଇଥିବାରୁ ସଂଘ ଅସନ୍ତୋଷ ବ୍ୟକ୍ତ କରି ପ୍ରତିକାର ନିମନ୍ତେ ସ୍ମାରକପତ୍ର ଦେଇଛନ୍ତି । ଦଳଗଞ୍ଜନ ପ୍ରେସର ପୁନରୁଦ୍ଧାର ଜରୁରୀ । ଯଥାଶୀଘ୍ର କାର୍ଯ୍ୟକ୍ଷମ ଓ ଉପଯୁକ୍ତ କର୍ମଚାରୀ ନିଯୁକ୍ତି କରିବାକୁ ଦାବି ଜଣାଇଛନ୍ତି । ସେହିପରି ବଲାଙ୍ଗିର ସହର ସ୍ଥିତ ଟାଉନ ହଲ ଜରାଜିର୍ଣ୍ଣ ଅବସ୍ଥାରେ ପଡିଛି । ଏହି ଟାଉନ ହଲଠାରେ ଅନେକ ସାମାଜିକ, ସାଂସ୍କୃତିକ, ବିଭିନ୍ନ ସଭା ସମିତି, ବ୍ଲକସ୍ତରୀୟ ଓ ଉପଖଣ୍ଡ ସ୍ତରୀୟ ଲୋକ ଉତ୍ସବ ଇତ୍ୟାଦି ପାଳନ ହେଉଥିଲା । ସଂଘ ଅତ୍ୟନ୍ତ ଉଦ୍‌ବେଗ ପ୍ରକାଶ କରି ଏହାର ପୁନରୁର୍ଦ୍ଧାର ପାଇଁ ଦାବି ଜଣାଇଛି । ସଂଘର ସଭାପତି ରତନ କୁମାର ମହାରଣାଙ୍କ ନେତୃତ୍ୱରେ ଉପସଭାପତି ରାଜ କିଶୋର ଦାଶ, ସଂପାଦକ ଡା.ସୁକାନ୍ତ ପୁରୋହିତ, କୋଷାଧ୍ୟକ୍ଷ ବ୍ରଜବନ୍ଧୁ ସାଏ, କାର୍ଯ୍ୟକାରୀ ସଦସ୍ୟ ସତ୍ୟନାରାୟଣ ପଣ୍ଡା, ମୋହନ ଗୋପାଳ ପଣ୍ଡା, ସଲିମ ଖାନ, ଡାଃ. ସିଦ୍ଧେଶ୍ୱର ମିଶ୍ର ପ୍ରମୁଖ ତୁରନ୍ତ ପ୍ରତିକାର ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ । ଆବଶ୍ୟକୀୟ ସାହାଯ୍ୟ ଓ ସହଯୋଗ ପାଇଁ ସଂଘ ସଦାସର୍ବଦା ପ୍ରସ୍ତୁତ ବୋଲି ସଂଘର ସଭାପତି ଶ୍ରୀ ମହାରଣା ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.