ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ଓବିସି ମଞ୍ଚ କାର୍ଯ୍ୟାଳୟ ଠାରେ ସଭାପତି ଶଙ୍କର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଦେଶ ଶାସନରେ ଓବିସିଙ୍କ ଭୂମିକା ସମ୍ବନ୍ଧରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା । ଆଗାମୀ ୨୦୨୫ ଜନଗଣନା ସର୍ଭେରେ ଜାତି ଜନଗଣନା କରାଯିବା ପାଇଁ ସରକାରଙ୍କୁ ବିଭିନ୍ନ ମହଲରେ ଚାପ ପ୍ରୟୋଗ କରିବା ପାଇଁ ସର୍ବ ସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଥିଲା । ଜିଲ୍ଲା, ବ୍ଳକ ଓ ଗ୍ରାମ ପଞ୍ଚାୟତ ମାନଙ୍କରେ କମିଟି ଗଠନ କରି, ଓବିସିଙ୍କ ହକ୍ ଏବଂ ଅଧିକାର ପାଇଁ ସଂଗଠନ ମାଧ୍ୟମରେ ଲଢେଇ ଜୋରଦାର କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏଥିରେ ବଲାଙ୍ଗିର ଜିଲ୍ଲାର ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ ।
Prev Post