oom

୭୬ ତମ ସାଧାରଣତନ୍ତ୍ର ଦିବସ ଅବସରରେ କ୍ରାନ୍ତି ତରଫରୁ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ‘ ମେରୀ ଜାନ୍ ହିନ୍ଦୁସ୍ତାନ – ୨୦୨୫’ ମହାସମାରୋହରେ ପାଳିତ

jsmm

ବ୍ରହ୍ମପୁର, (କେପିଏନ୍‌ଏସ୍‌) :ସ୍ଥାନୀୟ ବ୍ରହ୍ମାନଗର ୧ମ ସାରଣୀ ସ୍ଥିତ ଅଗ୍ରଣୀ ସାମାଜିକ ଅନୁଷ୍ଠାନ କ୍ରାନ୍ତି ତରଫରୁ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ‘ମେରୀ ଜାନ୍ ହିନ୍ଦୁସ୍ତାନ – ୨୦୨୫”‘ ସ୍ଥାନୀୟ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ପ୍ରେକ୍ଷାଳୟ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ସମସ୍ତ ଅତିଥିମାନେ ପ୍ରଥମେ ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । କ୍ରାନ୍ତି ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ଼ଃ. ଦେବାନନ୍ଦ ଦାଶଙ୍କ ଅଧ୍ୟକ୍ଷତା ଓ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏସ୍‌ଏମ୍‌ଆଇଟିର ସଭାପତି ଡଃ ଭଗବାନ ଗନ୍ତାୟତ ମୁଖ୍ୟ ଅତିଥିରୂପେ ଯୋଗଦେଇଥିବା ବେଳେ କାଲାମ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟର ସମ୍ପାଦକ ସନ୍ତୋଷ ପ୍କୁମାର ଜେନା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିରୁପାକ୍ଷ ଦାଶ, ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ଅଧ୍ୟକ୍ଷ ରଞ୍ଜନ କୁମାର ପରିଡ଼ା ଓ ଶ୍ରଦ୍ଧା ଫାଉଣ୍ଡେସନର ସଭାପତି ପ୍ରଣବ କୁମାର ପଣ୍ଡା ଓ ଶାଶ୍ଵତୀ ନାଟ୍ୟ ଅନୁଷ୍ଠାନର ରାମଚନ୍ଦ୍ର ସାମଲ ପ୍ରମୁଖ ଯୋଗଦେଇ ସମବେତ ବିଦ୍ୟାର୍ଥୀ ସହ ଅବିଭାବକଙ୍କୁ ଜନରାଜ୍ୟ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମରେ କ୍ରାନ୍ତି ଅନୁଷ୍ଠାନ ସହ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀମାନେ ଦଳଗତ ନୃତ୍ୟ ପରିବେଷଣ କରିଥିଲେ । କ୍ରାନ୍ତି ଅନୁଷ୍ଠାନର କଳାକାରଙ୍କ ଦ୍ୱାରା ପରିବେଷିତ ଫିଜା ତେରେ ରଙ୍ଗ୍‌ ଥା ନୃତ୍ୟ ଉପସ୍ଥିତ ସମସ୍ତ ଦର୍ଶକଙ୍କ ହୃଦୟସ୍ୱର୍ଶି ହୋଇପାରିଥିଲା । ଦଳଗତ ନୃତ୍ୟ ପ୍ରତିଯୋଗିତାରେ କାଲାମ ପବ୍ଲିକ ସ୍କୁଲ, କେ.ଏମ. ପବ୍ଲିକ ସ୍କୁଲ, ବ୍ରହ୍ମପୁର ପବ୍ଲିକ ସ୍କୁଲ, ୟୁରୋ କିଡସ ଓ କୀଡସ୍ ଗାର୍ଡେନ ପବ୍ଲିକ ସ୍କୁଲକୁ ପୁରସ୍କୃତ କରାଯାଇଥିଲା । ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା ୯୦୦ ଛାତ୍ରଛାତ୍ରୀଙ୍କୁ ମାନପତ୍ର, ଟ୍ରଫି ସହ ପୁରସ୍କୃତ କରାଯାଇଥିଲା । କ୍ରାନ୍ତି ଅନୁଷ୍ଠାନର ଦେବରାଜ ରାଉତ ଉଦଘୋଷକ ରୂପେ ଦାୟୀତ୍ଵ ତୁଲାଇଥିବା ବେଳେ କାର୍ଯ୍ୟକ୍ରମ ଆୟୋଜନରେ, ନିର୍ମଳା ଦାଶ, ଅନିଲ କୁମାର ସେଠୀ, ଅରୁଣ ପଟ୍ଟନାୟକ, ପରମାନନ୍ଦ ପଣ୍ଡା, ଲିଙ୍ଗରାଜ ପଟ୍ଟନାୟକ, ସ୍ନିଗ୍ଧା ମହାରଣା, ମିନୋତି ପଟ୍ଟନାୟକ, ବି ସଞ୍ଜୟ ପାତ୍ର, ପୂର୍ଣ୍ଣ ଚନ୍ଦ୍ର ସାହୁ, ଚର୍ଚ୍ଚିକା ଦାଶ ଓ ଚିନ୍ମୟାନନ୍ଦ ଦାଶ ପ୍ରମୁଖ ଉପସ୍ଥିତି ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଡ଼ଃ ଦେବାନନ୍ଦ ଦାଶ ସମସ୍ତଙ୍କୁ ସହଯୋଗ ପାଇଁ ହୃଦୟରୁ ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.