oom

ଗାନ୍ଧି ପାଠାଗାରରେ ୭୬ତମ ସାଧାରଣତନ୍ତ୍ର ଦିବସ ଓ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା ଆୟୋଜନ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗାନ୍ଧୀ ପାଠାଗାରରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ପ୍ରାତଃ ଘ.୬ ରାମଧୁନ ସହ ସକାଳ ଘ.୭ରେ ବରିଷ୍ଠ ସଭ୍ୟ ବିକ୍ରମାନନ୍ଦ ବହିଦାରଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ବିଦ୍ୟାଳୟ ସ୍ତରୀୟ ବକ୍ତୃତା, ସୌଖିନ ପୋଷାକ ଓ ରେକର୍ଡ ଡ୍ୟାନ୍ସ ପ୍ରତିଯୋଗିତାମାନ ଦିବା ଘ.୧୧ ସମୟରୁ ଆରମ୍ଭ ହୋଇଥିଲା । ସନ୍ଧ୍ୟାରେ ପୁରସ୍କାର ବିତରଣ ସଭା ପାଠାଗାର ସଭାପତି ପ୍ରକାଶ ନେପାକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ବରିଷ୍ଠ ସଭ୍ୟ ଭଗବାନ ବଗର୍ତ୍ତି ସ୍ୱାଗତ ଭାଷଣ ଦେଇଥିଲେ । ଏହି ସଭାକୁ ପାଠାଗାର ସମ୍ପାଦକ ପ୍ରଦୀପ ସାହୁ ସଂଯୋଜନା କରିବା ସହ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । ସଭାରେ ମୁଖ୍ୟ ଅତିଥି ରୂପେ ରାଜ୍ୟସଭା ସଦସ୍ୟ ନିରଞ୍ଜନ ବିଶି ଯୋଗଦାନ କରି ଛାତ୍ରଛାତ୍ରୀମାନେ ଦେଶର ସମୃଦ୍ଧି ପାଇଁ ଭବିଷ୍ୟତରେ ମୁଖ୍ୟ ଭୂମିକା ଗ୍ରହଣ କରିବା ପାଇଁ ପ୍ରସ୍ତୁତ ରହିବାକୁ କହିଥିଲେ । ମୁଖ୍ୟବକ୍ତା ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ଆଜିର ଶିଶୁ କାଲିର ଦେଶର ଭବିଷ୍ୟତ ଏବଂ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜ ନିଜର ଅନ୍ତର୍ନିହିତ କଳାକୁ ପ୍ରଦର୍ଶନ କରିବା ଉଚିତ ବୋଲି କହିଥିଲେ । ସମ୍ମାନିତ ଅତିଥି ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଗାନ୍ଧି ପାଠାଗାର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରି ଏକ ସୁସ୍ଥ ସମାଜ ଗଠନରେ ସହାୟକ ହୋଇଥାଏ ବୋଲି ପ୍ରକାଶ କରିଥିଲେ । ସଭାପତି ଶ୍ରୀ ନେପାକ ଏକ ନୂତନ ପୂଜା ମଣ୍ଡପ ତଥା ପାଠାଗାର ଗୃହ ନିର୍ମାଣର ଆବଶ୍ୟକତା ଥିବାରୁୁ ପୌରାଧ୍ୟକ୍ଷା ଲିକା ସାହୁଙ୍କ ପ୍ରଚେଷ୍ଟାକୁ ପାଠାଗାର ତରଫରୁ ଧନ୍ୟବାଦ ଅର୍ପଣ କରିବା ସହ ରାଜ୍ୟ ସଭା ସଦସ୍ୟ ନିରଞ୍ଜନ ବିଶିଙ୍କୁ ଅନୁଦାନ ନିମନ୍ତେ ଅନୁରୋଧ କରିଥିଲେ । ପାଠାଗାର ସମ୍ପାଦକ ପ୍ରଦୀପ ସାହୁ ଶ୍ରୀ ବିଶିଙ୍କ ଅନୁଦାନ ଘୋଷଣା ତଥା ସହଯୋଗ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ । ବିଭିନ୍ନ ପ୍ରତିଯୋଗିତାମାନଙ୍କରେ ବିଚାରକ ହିମାନୀ ତ୍ରିପାଠି, ଦେବାଶିଷ ବିଶ୍ୱାସ, ମଧୁସୁଦନ ନାୟକ, ଅଶୋକ ଚାନ୍ଦ, ଅଶୋକ ରାଉତ, ଜ୍ୟୋତିରେଖା ତ୍ରିପାଠୀ, ଦିଲ୍ଲୀପ ସିଂଦେଓ, ରାମଚନ୍ଦ୍ର ଷଡଙ୍ଗୀ, ପ୍ରଦୀପ ବରାଳ, ସଂଗୀତା ଦାସ, ମୀନକେତନ ଥାପା, ଆଶା ରଥ ପ୍ରମୁଖ ଯୋଗଦାନ କରିଥିଲେ । ପାଠାଗାରର ଉପସଭାପତି ସନ୍ତକ ବହିଦାର ଧନ୍ୟବାଦ ଅର୍ପଣ କରିଥିଲେ । ଜିତେନ୍ଦ୍ର ନାଗ, ରାଜେନ୍ଦ୍ର ମିଶ୍ର, ସଂଗ୍ରାମ ବହିଦାର, ଅବଦୁଲ ରଜାକ, ଅଜିତ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମରେ ସହାୟତା କରିଥିଲେ ।

jittmm
Leave A Reply

Your email address will not be published.