csstore

ଗୁରଣ୍ଡାରେ ମୁରିବାହାଲ ବ୍ଲକ ସ୍ତରୀୟ ତୈଳିକ ବୈଶ୍ୟ ସମାଜର ବନ୍ଧୁ ମିଳନ : ଯୋଗ ଦେଲେ କଣ୍ଟାବାଞ୍ଜି ବିଧାୟକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୋଇମୁଣ୍ଡ ପଞ୍ଚାୟତର ଗୁରୁଣ୍ଡା ଗ୍ରାମ ଠାରେ ତୈଳିକ ବୈଶ୍ୟ ସମାଜର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ତୈଳିକ ବୈଶ୍ୟ ସାହୁ ସମାଜର ଶତାଧିକ ପୁରୁଷ, ମହିଳା ସାମିଲ ହୋଇଥିଲେ । ସମାଜର ସଂଗଠନକୁ ମଜବୁତ କରିବା ସହ ସଚେତନ କରିବା ଉଦ୍ଦେଶ୍ୟରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ଆରାଧ୍ୟ ପ୍ରଭୁ ଜଗନ୍ନାଥଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା କରାଯାଇଥିଲା । ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ମୁଖ୍ୟବକ୍ତା ଗୋବିନ୍ଦ ଚନ୍ଦ୍ର ସାହୁ, ସମ୍ମାନିତ ଅତିଥି ଭାବେ ଟିଟିଲାଗଡ ସଭାପତି ଅଭୟ ସାହୁ, ବଙ୍ଗୋମୁଣ୍ଡା ବ୍ଲକ ସଭାପତି ଗଣେଶ ସାହୁ, ନୂଆପଡା ଜିଲ୍ଲା ସଭାପତି ରାମରତନ ସାହୁ ପ୍ରମୁଖ ଯୋଗ ଦେଇଥିଲେ । କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଯୋଗଦେଇ ସମାଜର ସଙ୍ଗଠନକୁ ସୁଦୃଢ କରି ଏକତାକୁ ବଜାୟ ରଖିବା ପାଇଁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ନୂତନ କର୍ମକର୍ତ୍ତା ଗଠନ କରାଯାଇଥିଲା । ସଭାପତି ଭାବେ ଲୋକନାଥ ସାହୁ, ସମ୍ପାଦକ ବାସୁଦେବ ସାହୁ, ଉପସଭାପତି ଗିରିଧାରୀ ସାହୁ, ଉପସଭାପତି ପୁରିତ ସାହୁ, ସହ ସମ୍ପାଦକ ପଦ୍ମନାଭ ସାହୁ, ବିରିପାଲି ମନ୍ଦିର କମିଟି ସଭାପତି କୃର୍ତ୍ତି ସାହୁ, ସଦସ୍ୟ ଭାବେ ଭାଗିରଥି ସାହୁ, ପିଲାବାବୁ ସାହୁ, ଭଜରାମ ସାହୁ, ଅଇଁଠୁ ସାହୁ, ହୀରାଲାଲ ସାହୁ, ଶାନ୍ତିରାମ ସାହୁ, ଲିଙ୍ଗରାଜ ସାହୁ, ଚିନ୍ମୟ ସାହୁ, ନିରଞ୍ଜନ ସାହୁ, ବଂଶୀ ସାହୁ, ଗଜିନ୍ଦ୍ର ସାହୁ, ଚୈତନ୍ୟ ସାହୁ, ଘାସିରାମ ପ୍ରମୁଖଙ୍କୁ ମନୋନୀତ କରାଯାଇଥିଲା । ଏଥିରେ ମୁରିବାହାଲ ବ୍ଲକ ଅଞ୍ଚଳରୁ ବହୁ ଲୋକଙ୍କ ସମାଗମ ହୋଇଥିଲା ।

jayashree
Leave A Reply

Your email address will not be published.