oom

ଭାଲୁମୁଣ୍ଡା ପ୍ରସନ୍ନ ପାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଭାଲୁମୁଣ୍ଡା ସ୍ଥିତ ପ୍ରସନ୍ନ ପାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚାଲୁଥିବା ବାଳିକା ମାନଙ୍କ ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ଖେଳ ଶିକ୍ଷକ ବଳଦେବ ମେହେରଙ୍କ ତତ୍ୱାବଧାନରେ ଅଧ୍ୟକ୍ଷ ସୁରେନ୍ଦ୍ର ପ୍ରଧାନୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ଦୀପ୍ତିଲତା ମଲ୍ଲିକ, ଜୟଶ୍ରୀ ବିଶ୍ୱାଳ, ସଂଯୁକ୍ତା ପାଢ଼ୀ, ପ୍ରଶାନ୍ତ କୁମାର ସାହୁ, ସଞ୍ଜୀବ କୁମାର ମହାନ୍ତି, ରାଜକିଶୋର ମିଶ୍ର, ବିମଳ ବେମାଲ ଯୋଗଦାନ କରି ଛାତ୍ରୀ ମାନଙ୍କ ପାଇଁ ଆତ୍ମସୁରକ୍ଷା ନିତାନ୍ତ ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ । ତାଲିମଦାତ୍ରୀ ଭାବେ ନୀଳିମା ବାରିକ ଓ ସରିତା ସତନାମୀ ୮ ଦିନ ବ୍ୟାପି ତାଲିମ ପ୍ରଦାନ କରିଥିଲେ । ଦିନଦୟାଲ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଅଂଶ ଗ୍ରହଣ କରିଥିବା ସମସ୍ତ ଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଛି । ଏଥିରେ ଅଧ୍ୟାପକ, ଅଧ୍ୟାପିକାଙ୍କ ସହ କର୍ମଚାରୀ ମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.