oom

ବଙ୍ଗୋମୁଣ୍ଡାରେ କ୍ରିଷ୍ଣା ଲର୍ନିଂ ସ୍କୁଲର ବାର୍ଷିକ ଉତ୍ସବ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ଠାରେ ଥିବା କ୍ରିଷ୍ଣା ଲର୍ନିଂ ସ୍କୁଲର ବାର୍ଷିକ ଅନୁଷ୍ଠିତ ହୋଇଯାଇଛି । ଏହି ବାର୍ଷିକ ଉତ୍ସବରେ ସ୍କୁଲର ଅଧ୍ୟକ୍ଷ ରାଜେଶ ଜୈନଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ଅବସର ପ୍ରାପ୍ତ ଇନ୍‌କମ୍‌ ଟ୍ୟାକ୍ସ କମିଶନର୍ ଶ୍ରୀକାନ୍ତ ଚାଟାର୍ଜୀ, ମୁଖ୍ୟବକ୍ତା ଭାବେ ଶିଶୁ ଓ ମହିଳା ଇନ୍ସପେକ୍ଟର ନିର୍ମଳା ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ବଙ୍ଗୋମୁଣ୍ଡା ଅଗ୍ନିଶମ ବିଭାଗର ଓଆଇସି ରଞ୍ଜିତ କେରକେଟା, ସମାଜସେବୀ ଧରମପାଲ ଜୈନ, ବେଲପଡ଼ା ଆସ୍ଥା ପବ୍ଲିକର ପ୍ରିନ୍ସିପାଲ ସୁଶାନ୍ତ କୁମାର ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ଗ୍ରାମାଞ୍ଚଳରେ ଶିକ୍ଷାର ବିକାଶ ପାଇଁ ଏହି ଅନୁଷ୍ଠାନ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅନୁଷ୍ଠାନ ବିଭିନ୍ନ ସମୟରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛି । ପୂର୍ବରୁ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପ୍ରମାଣ ପତ୍ର ପ୍ରଦାନ କରଯାଇଥିଲା । ଏଥିରେ ଶିକ୍ଷୟିତ୍ରୀ ପୁଷ୍ପା ସିନ୍ଦୂର, ସସ୍ମିତା ପ୍ରଧାନୀ, ସୀମା ସାହୁ, ପ୍ରୀତି ଯାଦବ, ରଶ୍ମି ଦୀପ, ନଳିନୀ ପାଣିଗ୍ରାହୀ, ବସୁନ୍ଧରା ଯାଦବ, ପ୍ରତିମା ବାଗ, ସନ୍ତୋଷିନୀ ରଣା, ଜ୍ୟୋତି ସାହୁ, ପ୍ରଗତୀ ଧର ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସୀମା ସାହୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ । ରଙ୍ଗବେରଙ୍ଗ ପୋଷାକ ପିନ୍ଧି ବିଭିନ୍ନ ଗୀତର ତାଳେତାଳେ ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ କୁନି କୁନି ପିଲା । ବହୁ ସମୟ ଧରି ଲୋକେ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ ।

jittmm
Leave A Reply

Your email address will not be published.