oom

ଝରନିପାଲି ଗ୍ରାମ ପଞ୍ଚାୟତ ସ୍ତରରେ ସ୍ଵତନ୍ତ୍ର ଗ୍ରାମ ସଭା ଅନୁଷ୍ଠତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ୍ ଅନ୍ତର୍ଗତ ଝରନିପାଲି ଗ୍ରାମ ପଞ୍ଚାୟତଠାରେ ସ୍ଵତନ୍ତ୍ର ଗ୍ରାମ ସଭା ସରପଞ୍ଚ ଶ୍ରୀମତୀ ସୁନୀତା ସାହୁଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ଏହି ଗ୍ରାମ ପଞ୍ଚାୟତର ନିର୍ବାହୀ ଅଧିକାରୀ ରଶ୍ମି ରଞ୍ଜନ ପଧାନ ସମସ୍ତଙ୍କୁ ସ୍ୱାଗତ ଜଣାଇ ସାମୁହିକ କାର୍ଯ୍ୟକ୍ରମ ଉପରେ ପ୍ରସ୍ତାବ ଜଣାଇବା ପାଇ ପ୍ରକାଶ କରିଥିଲେ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟରେ ଅବସ୍ଥାପିତ ଥିବା ଅରୁଣାର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତିଙ୍କୁ ସ୍ଵାଗତ ଜଣାଇ ଶିଶୁ ସୁରକ୍ଷା ଉପରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଯୋଜନା ଉପରେ ବକ୍ତବ୍ୟ ପ୍ରଦାନ କରିବାକୁ ପ୍ରକାଶ କରିଥିଲେ । ଏହି ସ୍ଵତନ୍ତ୍ର ଗ୍ରାମ ସଭାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣାର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତି ପଞ୍ଚାୟତ ଶିଶୁ ସୁରକ୍ଷା ଯୋଜନା ଉପରେ ଉପସ୍ଥାପନ କରିଥିଲେ ଯଥା ପିତୃମାତୃ ହୀନ ଶିଶୁଙ୍କୁ ଭରଣ ପୋଷଣ ରାଶି ସହାୟତା ପ୍ରଦାନ ପାଇଁ ଶିଶୁଙ୍କୁ ଚିହ୍ନଟ, ଶିକ୍ଷା ପାଇଁ ସୁଦକ୍ଷା ଯୋଜନା, ଯୋଶଦା ଯୋଜନା ଏବଂ ଶିଶୁଙ୍କ ପାଇଁ ସାମୁହିକ ସଚେତନତା ଉପରେ ସରପଞ୍ଚଙ୍କ ପରାମର୍ଶ କ୍ରମେ ୨୦୨୫ – ୨୦୨୬ ଆର୍ଥିକ ବର୍ଷ ପାଇଁ ଏକ ଲକ୍ଷ ଟଙ୍କାର ପ୍ରସ୍ତାବ ରଖିବା ସହିତ ପୂର୍ବବର୍ଷ ପାଇ ଥିବା ଏକ ଲକ୍ଷ ଟଙ୍କା ଶିଶୁମାନଙ୍କ ପାଇଁ ଖର୍ଚ୍ଚ କରିବାକୁ ଯୋଜନା ପଞ୍ଚାୟତ ସ୍ତରରେ ନିଷ୍ପତି ପ୍ରଦାନ କରାଗଲା । ଏହି ଅବସରରେ ୱାର୍ଡ ମେମ୍ବର, ଆଶା, ଅଙ୍ଗନୱାଡ଼ି, ପଞ୍ଚାୟତର ଜନସାଧାରଣ, ପଲ୍ଲୀ ଆଲୋକ ପାଠାଗାରର ପ୍ରକଳ୍ପ ସଂଯୋଜକ ହୀରାଲାଲ୍ ମିଶ୍ର, ପିଣ୍ଟୁ ପଧାନ ଉପସ୍ଥିତ ଥିଲେ । ଏହି ଅବସରରେ ପଞ୍ଚାୟତର ନୋଡାଲ ଅଫିସର୍ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.