csstore

ଷାଠିଏ ଘର ଡୁମାଲ ସମାଜର ବାର୍ଷିକୋତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ୭୬ତମ ସାଧାରଣତନ୍ତ୍ର ଦିବସ ଅବସରରେ ସଦର ବ୍ଲକ ଅନ୍ତର୍ଗତ ଶିବତଲା ଗ୍ରାମଠାରେ ମାଁ ମାହେଶ୍ୱରୀ ଆଞ୍ଚଳିକ କମିଟି ପକ୍ଷରୁ ଷାଠିଏ ଘର ଡୁମାଲ ସମାଜର ବାର୍ଷିକୋତ୍ସବ ପାଳିତ ହୋଇଯାଇଛି । କମିଟି ସଭାପତି ଗୁରୁଦେବ କର୍ମୀଙ୍କ ଅଧ୍ୟକ୍ଷ୍ୟତାରେ ଅନୁଷ୍ଠିତ ଏହି ସଭାରେ ଜଗନ୍ନାଥ କରନ ମୁଖ୍ୟଅତିଥି ରୂପେ ଯୋଗଦେଇ ଥିବା ବେଳେ ସତ୍ୟବାଦୀ ପଧାନ, ରମାକାନ୍ତ ପଧାନ, ଇଶ୍ୱର କରନ, ତୀର୍ଥ ପଧାନ, ପ୍ରକାଶ ମେର୍ଲି, ଶମ୍ଭୁ ପ୍ରସାଦ ମହାକୁର, ବଜରଙ୍ଗି ଅମାତ, ବିରେନ୍ଦ୍ର ଗଡୁଆ, ବ୍ୟାସଦେବ ଦେହୁରି, ପୁରୁଷୋତ୍ତମ କର୍ମୀ, ଅନିରୁଦ୍ଧ ପଧାନ ସମ୍ମାନୀତ ଅତିଥିଭାବେ ମଞ୍ଚାସୀନ ଥିଲେ । ଶିବତଲା, ଆଡେନଡୁଙ୍ଗୁରି ଓ ଫଟକରା ଜାତି ଗ୍ରାମବାସୀଙ୍କୁ ନେଇ ଆୟୋଜିତ ଏହି ବୈଠକରେ ଡୁମାଲ ଜାତିର ଗ୍ରାମ୍ୟ ସମ୍ବିଧାନର ରୂପରେଖ ଉପରେ ଆଲୋଚନା କରାଯାଇ, ପୂର୍ବରୁ ଚାଲି ଆସୁଥିବା କଷ୍ଟସାଧ୍ୟ ନୀତିନିୟମ ଗୁଡିକୁ ପରିବର୍ତ୍ତିତ ସମୟରେ ଉକ୍ତ ନୀତିନିୟମ ଗୁଡିକୁ ଯଥା ସମ୍ଭବ ଗ୍ରାମସ୍ତରରୁ ସଂଶୋଧିତ କରି ସମାଜରେ ଗୃହିତ କରିବା ପାଇଁ ବକ୍ତମାନେ ମତବ୍ୟକ୍ତ କରିଥିଲେ । ଯାହାକୁ ସର୍ବସମ୍ମତି କ୍ରମେ ଗୃହିତ କରାଯାଇଥିଲା । ଏହି ସଭାରେ ଉପସଭାପତି ସନ୍ତୋଷ କର୍ମୀ, ସହ ସଂପାଦକ ମଦନ ଦନ୍ତା, କୋଷାଧକ୍ଷ୍ୟ ସଂର୍କିତନ ମହାକୁର, ଦେବ ବଘାର, ନାରୀ ନେତ୍ରୀ ଭାର୍ଗବୀ କର୍ମୀ, କୁନ୍ତି କର୍ମୀ, ମେଘମାଳ ଗଡୁଆ, ସକୁନ୍ତଳା ବଘାର, ଭାରତୀ ଦନ୍ତା, ମାମି ଦନ୍ତା, ସୁଜାତା ନାଏକଙ୍କ ସମେତ ଶହ ଶହ ଜାତିଭାଇ ଯୋଗଦେଇଥିଲେ । ଶେଷରେ ସଂପାଦକ ସନାତନ ବଘାର ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.