ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ମୁରଷୁଣ୍ଡି ପେକ୍ସରେ ଧାନ ଉଠି ପାରୁନଥିବା ଅଭିେଯାଗ ହେଉଛି । ସୂଚନା ମୁତାବକ ମୁରଷୁଣ୍ଡି ସେବା ସମବାୟ ସଭାପତି ଜଗବନ୍ଧୁ ପଧାନ ପ୍ରକାଶ କରିନ୍ତି ଯେ ଠିକ ସମୟରେ ପେକ୍ସକୁ ଗାଡି ଅସୁନଥିବାରୁ ଧାନ ଉଠିବାକୁ ବିଳମ୍ବ ହେଉଛି । ଚାଷୀ ମାନଙ୍କ ଟୋକନର ଅବଧି ସରିବାକୁ ବସିଲାଣି । ଏପଟେ ଠିକ ସମୟରେ ଧାନ ଉଠୁନାହିଁ । ଫଳରେ ଚାଷୀ ମାନଙ୍କର ଟୋକନ କଟିଯିବା ଆଶଙ୍କା ଦେଖାଦେଲାଣି । ଉକ୍ତ ବିଷୟରେ ବିଭାଗୀୟ ଉପରିସ୍ଥ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ ସତ୍ୱେ କିଛି ସୁଫଳ ମିଳୁନାହିଁ ବୋଲି କହିଛନ୍ତି । ବର୍ତ୍ତମାନ ଆହୁରି ୮୦୦୦ କୁଇଣ୍ଟାଲ ଧାନ ଉଠିବା ବାକି ଥିବା ବେଳେ ଆଗରୁ ଆହୁରି ଟାର୍ଗେଟ ଅଛି । ୫୮୯ ଚାଷୀଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୪୩୬ ଜଣ ଚାଷୀଙ୍କ ଧାନ କିଣା ସରିଥିବା ସଂପାଦକଙ୍କ ଠାରୁ ସୂଚନା ମିଳିଛି । ଏଣୁ ପ୍ରତିଦିନ ଠିକ ପରିମାଣର ଗାଡି ପଠାଇ ଯେପରି ଅଧିକ ସଂଖ୍ୟାରେ ଚାଷୀଙ୍କ ଧାନ ଉଠିପାରିବ ତା’ ଉପରେ ବିହିତ ପଦକ୍ଷେପ ନେବାକୁ ଉପରିସ୍ଥ ଅଧିକାରୀଙ୍କୁ ଗଣମାଧ୍ୟମ ଜରିଆରେ ଦାବୀ କରିଛନ୍ତି ।