oom

ବନାଗ୍ନି ନିବାରଣ ପାଇଁ ସଚେତନତା ଶୋଭାଯାତ୍ରା

jsmm

ମୁନିଗୁଡା, (ରମାକାନ୍ତ ପଡ଼ାଲ) : ମୁନିଗୁଡା ରେଞ୍ଜ ଅମ୍ୱାଦଳା ସେକ୍ସନ ସ୍ତରୀୟ ଜଙ୍ଗଲ ନିଆଁର ପ୍ରତିରୋଧ ଓ ପ୍ରତିକାର ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଅମ୍ବାଦଳା ବନ ଅଧିକାରୀ ମାଝୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅମ୍ୱାଦଳା ବନପାଳଙ୍କ କାର୍ଯ୍ୟାଳୟ ଠାରୁ ବନ ବିଭାଗ କର୍ମଚାରୀ ମାନେ ଏକ ବାଇକ ଶୋଭାଯାତ୍ରାରେ ବାହାରି ଅମ୍ୱାଦଳା ସହର ପରିକ୍ରମା କରିବା ସହ ପୁରୁଣା ଅମ୍ୱାଦଳା, ଶୁକୁଲାଭଟା, ଗୁରୁଡ ଗାଁ, ଇଚ୍ଛାପୁର, ରଘୁବାରି, ଡିମିରିଗୁଡା ପ୍ରଭୁତି ପଞ୍ଚାୟତରେ ଥିବା ଗ୍ରାମକୁ ଯାଇ ସେଠାରେ ବାନାଗ୍ନି ନିବାରଣ ନିମନ୍ତେ ସଚେତନତା ବାର୍ତ୍ତା ଦେଇଥିଲେ । ନିଆଁ ଦାଉରୁ ଜଙ୍ଗଲର ସୁରକ୍ଷା ପାଇଁ ସଚେତନ ହେବାକୁ ଆହ୍ୱାନ କରିବା ସହିତ ଅଞ୍ଚଳବାସୀ ନିଜେ ସଚେତନ ହେବା ସହ ଅନ୍ୟ ମାନଙ୍କୁ ବ୍ୟାପକ ସଚେତନତା କରିବା ବହୁ ଆବଶ୍ୟକତା ରହିଛି ତେଣୁ ଆମେ ପ୍ରକୃତିର ରକ୍ଷା କରି ପାରିଲେ ପ୍ରକୃତି ଆମକୁ ସୁରକ୍ଷା ଯୋଗାଇଦେବ ବୋଲି ସମସ୍ତଙ୍କୁ ବନପାଳ ଶ୍ରୀ ମହାପାତ୍ର ସଚେତନତା ବାର୍ତ୍ତା ଦେଇଥିଲେ ।

jittmm
Leave A Reply

Your email address will not be published.