csstore

ବଲାଙ୍ଗିର ଜିଲ୍ଲା କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍ ତରଫରୁ ରକ୍ତଦାନ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସର୍ବଭାରତୀୟ କେମିଷ୍ଟ ଓ ଡ୍ରଗିଷ୍ଟ ଆସୋସିଏସନ୍‌ର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସାରା ଦେଶରେ ରକ୍ତଦାନ ଶିବିର ଆୟୋଜିତ ହୋଇଛି । ଏହି କ୍ରମେ ଆଜି ବଲାଙ୍ଗିର ଜିଲ୍ଲା କେମିଷ୍ଟ ଓ ଡ୍ରଗିଷ୍ଟ ଏସୋସିଏସନ୍‌ ତରଫରୁ ସଭାପତି ଲୋଟସ ଷଡ଼ଙ୍ଗୀଙ୍କ ଅଧକ୍ଷତାରେ ସ୍ଥାନୀୟ ଜିଲ୍ଲା ରକ୍ତ ଭଣ୍ଡାର ଠାରେ ଏକ ମେଗା ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଏହି ଶିବିରକୁ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ବିଧାୟକ କଳିକେଶ ସିଂଦେଓ ଯୋଗଦେଇ ଉଦ୍‌ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲର ଅଧକ୍ଷା ଡ଼ଃ. ମାନସୀ ପଣ୍ଡା, ଗୋପାଳଜୀ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ଥିଲେ । ଏହି ଶିବିରରେ ଆକାଶ ପଟେଲ, ଧୀରେନ୍ଦ୍ର ଦୀପ, ମାନସ ରଣା, ଚନ୍ଦନ ମିଶ୍ର, ବିବେକ ଗୋୟଲ, ଲୋଟସ ଷଡ଼ଙ୍ଗୀ, ଶିବ ଶଙ୍କର ମେହେର, ଶାଶ୍ୱତ କୁମାର ପାତ୍ର, ଉଦିତ ସ୍ୱାଇଁ, ରଶ୍ମିରେଖା ବରିହା, ସସ୍ମିତା ସ୍ୱାଇଁ, ଡ଼ଃ. ଭୂପେଶ ନାୟକ, ଜ୍ୟୋତିରଞ୍ଜନ ପଣ୍ଡା ପ୍ରମୁଖ ରକ୍ତଦାନ କରିଥିବା ବେଳେ ୭୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଶିବରକୁ ସାଙ୍ଗଠନିକ ସମ୍ପାଦକ ଶ୍ରୀମନ୍ତ ପଣ୍ଡା, ରାମଚନ୍ଦ୍ର ପୁରୋହିତ, ସଞ୍ଜୟ ଚୌଧୁରୀ, ସଂଜୀବ ରଥ, ସନ୍ତୋଷ ପ୍ରଧାନ, ସୋଭାଗ୍ୟ ଶଙ୍କର ମିଶ୍ର, କେଶବ ପଟ୍ଟନାୟକ, ମୁନା ଗୋଏଲ, ସୋମନାଥ ଅଗ୍ରୱାଲ, ଅରୁଣ ଜୈନ, ଅମିତ ଚୌଧୁରୀ, ଦୀପଙ୍କର ପଣ୍ଡା, ଲକ୍ଷଣ ଜୈନ, ପପୁ ସାହୁ, ରୋହିତ ଅଗ୍ରୱାଲ, ସଂଜୀବ ସାହୁ, ଗୋବିନ୍ଦ ଶତପଥି, ସୋମନାଥ ମିଶ୍ର ପ୍ରମୁଖ ସଂଯୋଜନା କରିଥିଲେ ।

jayashree
Leave A Reply

Your email address will not be published.