oom

ଗୋପରାମ ହଂସ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟର ଷଷ୍ଠ ଦିବସରେ ବଡଗମଡା ବିଜୟୀ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ସ୍ଥିତ ଖେଳପଡିଆ ଠାରେ ସ୍ୱାମୀ ବିବେକାନନ୍ଦ ପାଠାଗାର,ଏଥଲେଟିକ୍ସ ଏସୋସିଏସନ୍‌ ବଙ୍ଗୋମୁଣ୍ଡା ପକ୍ଷରୁ ପ୍ରଥମ ବର୍ଷ ଗୋପରାମ ହଂସ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ଷଷ୍ଠ ଦିବସରେ ପହଞ୍ଚିଛି । ଷଷ୍ଠ ଦିବସରେ ଅତିଥିଭାବେ ପୂର୍ବତନ ଖେଳାଳୀ ରମାରଞ୍ଜନ ପାତ୍ର, ଶରତ ଚନ୍ଦ୍ର ସିଂ ଭୋଇ, ତୁଳସୀ ରାମ ହଂସ, କଳିଙ୍ଗ ଟିଭି କଣ୍ଟାବାଞ୍ଜି ପ୍ରତିନିଧି ଦୀପକ ଦାସ ଯାଦବ, କଣ୍ଟାବାଞ୍ଜି ପ୍ରତିନିଧି ହୁଲେଶ୍ୱର ହଂସ, ଅଶୋକ ନାରାୟଣ ଭୋଇ ପ୍ରମୁଖ ଅତିଥିଭାବେ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଷଷ୍ଠ ଦିବସ ମ୍ୟାଚ୍‌ ବଙ୍ଗୋମୁଣ୍ଡା ଓ ବଡ଼ଗମଡା ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ସଂଘର୍ଷ ପୂର୍ଣ୍ଣ ଭାବେ ଖେଳ ହୋଇଥିବା ବେଳେ ବଙ୍ଗୋମୁଣ୍ଡାକୁ ପରାସ୍ତ କରି ବଡ଼ଗମଡା ଦଳ ଫାଇନାଲରେ ପହଂଚିଛି । ଆୟୋଜକ କମିଟିର ଡବ୍ଲୁ ହଂସ, ଯତୀନ ସିନ୍ଦୁର, ମଣ୍ଟୁ ସରାଫ, ମଣ୍ଟୁ ତାଣ୍ଡି, ଦିବସ ମାଝୀ, ଶଶାଙ୍କ ଶେଖର ଦାସ ଯାଦବ, ସୁଧୀର ବାଗ, ଦିବ୍ୟସିଂ ନାଏକଙ୍କ ସହ ଆୟୋଜକ କମିଟି ସହଯୋଗ କରିଥିଲେ । ଆଶୀର୍ବାଦ ସା ରେଫରୀ ଓ ଅଶ୍ୱିନୀ ଭୁକ୍ତା, ପ୍ରତାପ ଭୁକ୍ତା, ଲାଇନ ମ୍ୟାନ୍‌ ଭାବରେ ଖେଳ ପରିଚାଳନା କରିଥିଲେ । ଘନଶ୍ୟାମ ମନହୀରା ଧାରା ବିବରଣୀ ପ୍ରଦାନ କରିଥିଲେ । ଆସନ୍ତା ଜାନୁଆରୀ ୨୬ ତାରିଖ ଦିନ ଫାଇନାଲ୍ ମ୍ୟାଚ୍‌ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ମିଳିଛି ।

jittmm
Leave A Reply

Your email address will not be published.