centurian jitm

ବଲାଙ୍ଗିର ଡାକ୍ତରଖାନାରେ ଅଘରିଆ ସମାଜ ଟ୍ରଷ୍ଟ ତରଫରୁ ଖାଦ୍ୟ ବଣ୍ଟନ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଳା ଅଘରିଆ ସମାଜ ତରଫରୁ ସରକାରୀ ଭୀମଭୋଇ ଡାକ୍ତରଖାନା ପରିସରରେ ରୋଗୀ ଓ ତାଙ୍କ ସମ୍ପର୍କୀୟମାନଙ୍କୁ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ହାତକୁ ନେଇ ପାଖାପାଖି ୧୫୦୦ ଲୋକଙ୍କୁ ଦିଆଯାଇଥିଲା । ରକ୍ତଦାନ, ଦହିପାଣି ବଣ୍ଟନ, ସ୍ଵଚ୍ଛଳ ପରିବାରର ମେଧାବୀ ଛାତ୍ରଛାତ୍ରୀଙ୍କୁ ମାଗଣା ଶିକ୍ଷା ବ୍ୟବସ୍ଥା ସହ ମାଗଣା ଖାଦ୍ୟ ବ୍ୟବସ୍ଥା କରାଯାଇ ସେବା କାର୍ଯ୍ୟ କରି ଚାଲିଛନ୍ତି । କେନ୍ଦ୍ର ସଭାପତି ଶୁଭ୍ରାଂଶୁ ଶେଖର ପଟେଲଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ରାଜ୍ୟ ସଭାପତି ଦୀନବନ୍ଧୁ ନାଏକ, ଉପଦେଷ୍ଟା ମଣ୍ଡଳୀ, କେନ୍ଦ୍ର କର୍ମକର୍ତ୍ତା, ୪ ମଣ୍ଡଳ ସଭାପତି ଓ କର୍ମକର୍ତ୍ତା, ୧୮ ଗୁଡ଼ି ସଭାପତି ଓ କର୍ମକର୍ତ୍ତା, ମହିଳା ମଞ୍ଚ, ଯୁବା ମଞ୍ଚ, କୃଷକ ମଞ୍ଚ, ପୁସ୍ତକ କମିଟି, ଶିକ୍ଷା କମିଟି ଓ ନିର୍ମାଣ କମିଟିର ସମସ୍ତ କର୍ମକର୍ତ୍ତା ଓ ରକ୍ତଦାନ କାର୍ଯ୍ୟକ୍ରମରେ ନେତୃତ୍ୱ ନେଇଥିବା ଯୁବା ବର୍ଗ ଯୋଗଦେଇ ସହଯୋଗ କରିଥିଲେ । ଶେଷରେ ସମ୍ପାଦକ ଦିଗାମ୍ବର ନାଏକ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.