ସହରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ନେତାଜୀ ସୁବାଷ ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତ ସ୍ଵାଧିନତା ଆନ୍ଦୋଳନର ମହାନ ଯୋଦ୍ଧା, ସ୍ଵାଧୀନତା ସଂଗ୍ରାମୀ, ମହାନ୍ ଦେଶଭକ୍ତ, ବିପ୍ଳବୀ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୮ତମ ଜନ୍ମ ଜୟନ୍ତୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ଆଜି ରାଉରକେଲାର ବିଭିନ୍ନ ଅନୁଷ୍ଠାନ ତରଫରୁ ମହାସମାରୋହରେ ପାଳିତ ହୋଇଯାଇଛି । ସହରର ବିଭିନ୍ନ ସ୍ଥାନରେ ଥିବା ନେତାଜୀଙ୍କ ଓ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହିତ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସବୁ କାର୍ଯ୍ୟକ୍ରମରେ ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ ନିଜର ମତ ରଖି କହିଲେ ଯେ ଭାରତର ସ୍ଵାଧୀନତା ଆନ୍ଦୋଳନରେ ନେତାଜୀଙ୍କ ଭୂମିକା ଥିଲା ଅତୁଳନୀୟ । ବିଭିନ୍ନ ଦେଶମାନଙ୍କରେ ଯାଇ ସେମାନଙ୍କ ସାହାଯ୍ୟରେ ଇଣ୍ଡିଆନ ନ୍ୟାସନାଲ ଆର୍ମୀ ଗଠନ କରି ଇଂରେଜମାନଙ୍କ ବିରୁଦ୍ଧରେ ସଶସ୍ତ୍ର ସଂଗ୍ରାମ ଚଳାଇ ରଖିଥିଲେ । ଭାରତରେ ଆଜାଦ ହିନ୍ଦ୍ ସେନା ଗଠନ କରି ବ୍ରିଟିଶ୍ ସାମ୍ରାଜ୍ୟବାଦ ବିରୁଦ୍ଧରେ ଭାରତର ସ୍ଵାଧୀନତା ପାଇଁ ସଂଗ୍ରାମରେ ତାଙ୍କର ଅବଦାନ ସର୍ବଦା ତାଙ୍କୁ ଚୀର ସ୍ମରଣୀୟ ହୋଇ ରହିବେ ବୋଲି କହିଥିଲେ । ଯୁବ ସମାଜକୁ ଦେଶ ସ୍ଵାଧୀନତା ସଂଗ୍ରାମରେ ସାମିଲ କରିବା ପାଇଁ “ମୋତେ ତୁମେ ରକ୍ତ ଦିଅ ମୁଁ ତୁମକୁ ସ୍ଵାଧୀନତା ଦେବି” ଭଳି ଡାକରା, ଦିଲ୍ଲୀ ଚାଲୋ, ଭଳି ଡାକରାରେ ହଜାର ହଜାର ଯୁବକ ଯୁବତୀଙ୍କୁ ଏଥିରେ ସାମିଲ କରିଥିଲେ । ମହିଳା ସଶସ୍ତ୍ର ସଂଗ୍ରାମ ଚଳାଇ ରଖିବାକୁ ସେ ଝାନ୍‌ସୀ ରେଜିମେଣ୍ଟ ଗଠନ କରିଥିଲା ବେଳେ ସ୍ଵାଧୀନତା ସଂଗ୍ରାମୀ ଲକ୍ଷ୍ମୀ ସେହଗଲ ସେନାଧ୍ୟକ୍ଷା ଭାବରେ ରହିଥିଲେ । ସେହିପରି ବୀର ସୁରେନ୍ଦ୍ର ସାଏଙ୍କ ଅବଦାନ ସ୍ଵାଧୀନତା ସଂଗ୍ରାମରେ ଅବିସ୍ମରଣୀୟ ହୋଇ ରହିବ ବୋଲି ବକ୍ତାମାନେ ମତବ୍ୟକ୍ତ କରିବା ସହିତ ସେମାନଙ୍କ ଅମ୍ଳାନ ପ୍ରତିଭା, ତ୍ୟାଗ ଏବଂ ଅମଳିନ ଇତିହାସର ଅମ୍ଳାନ ସ୍ମୃତି ପ୍ରତି ରକ୍ତିମ ସଲାମ ଜଣାଇବା ସହ ଦେଶର ସମ୍ବିଧାନ, ଗଣତନ୍ତ୍ର, ଧର୍ମନିରପେକ୍ଷତାର ସୁରକ୍ଷା ଓ ସାଂପ୍ରଦାୟିକ ସଦଭାବନା ପାଇଁ ଦେଶବାସୀ ଏକ ହେବାକୁ ଆଜିର ମହାନ୍ ଦିବସରେ ସଂକଳ୍ପ ନେବାକୁ ଆହ୍ୱାନ କରିଥିଲେ । ଓଡ଼ିଆ ଭାଷା ବିକାଶ ମଞ୍ଚ ସହରର ଅନ୍ୟତମ ସାହିତ୍ୟ ଆନୁଷ୍ଠାନ ଓଡ଼ିଆ ଭାଷା ବିକାଶ ମଞ୍ଚର ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ଵରେ ଆୟୋଜିତ କାର୍ଯ୍ୟକ୍ରମରେ ପଶୁପତିନାଥ ଚାଟାର୍ଜୀ ମୁଖ୍ୟ ଅତିଥି, ସମାଜସେବୀ ରଘୁ ବଳ ଓ ଡ଼ଃ. ସୁମନ ଦତ୍ତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲା ବେଳେ ଅନ୍ୟମାନଙ୍କ ମଧ୍ୟରେ ନଳିନୀକାନ୍ତ ଧର, ବଳରାମ ରାଉଳ, ସନ୍ତୋଷ ବିଶ୍ୱାଳ, ସୁଶାନ୍ତ ନାୟକ, ବିଦ୍ୟାଧର ଜେନା, ଦେବେନ୍ଦ୍ର ମହାରଣା, ପ୍ରଫୁଲ୍ଲ ସାମଲ, ସସ୍ମିତା ପ୍ରଧାନ, ଡ଼ା. ପ୍ରମୋଦ ଜଗଦ୍ଦେବ, ଧନଞ୍ଜୟ ମଲ୍ଲିକ, ଖୁଲଣା ସୁନ୍ଦରୀ ପୃଷ୍ଟି ପ୍ରମୁଖ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଶେଷରେ ସଭାପତି ଶିକ୍ଷାବିତ ପ୍ରଶାନ୍ତ କୁମାର ପତି ଧନ୍ୟବାଦ ଅର୍ପଣ କରିଥିଲେ । ପଶ୍ଚିମ ଓଡ଼ିଶା ସାଂସ୍କୃତିକ ପରିଷଦ ପଶ୍ଚିମ ଓଡ଼ିଶା ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ପରିଷଦର ସଦସ୍ୟ ମାନଙ୍କ ସହ ବିଭିନ୍ନ ଅନୁଷ୍ଠାନର ପ୍ରତିନିଧି, ସ୍ଥାନୀୟ ଛେଣ୍ଡ ପବ୍ଲିକ୍ ସ୍କୁଲର ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପ୍ରାତଃ ୮.୩୦ ମିନିଟ୍‌ରେ ଛେଣ୍ଡ କଲୋନୀର ଭି.ଏସ୍.ଏସ୍‌. ମାର୍କେଟରେ ଥିବା ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ଓ ଏହି ମୂର୍ତ୍ତି ତିଆରି କରିଥିବା ଶିଳ୍ପୀ ସ୍ୱର୍ଗତା ଛାୟାଲତା ପତ୍ରୀଙ୍କର ନିକଟରେ ଦେହାନ୍ତ ହୋଇଯାଇଥିବାରୁ ତା’ଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ ୨ ମିନିଟ ନୀରବ ପ୍ରାର୍ଥନା କରିଥିଲେ । ପରିଷଦର ଉପସଭାପତି ଶୁଭ୍ରାଂଶୁ ବଡ଼ପଣ୍ଡା ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପରିଷଦର ବରିଷ୍ଠ ସଦସ୍ୟ ଶଙ୍କର ପ୍ରସାଦ ତ୍ରିପାଠୀ, ଉମେଶ ବେହେରା, ଭରତ ବାଇ, ଲକ୍ଷ୍ମଣ ନାଥ ଦାସ ପ୍ରମୁଖ ବକ୍ତବ୍ୟ ରଖିଥିଲା ବେଳେ ପ୍ରକାଶ ଚନ୍ଦ୍ର ପାଢ଼ୀ ଧନ୍ୟବାଦ୍ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୂର୍ଯ୍ୟ କୁମାର ପାଢ଼ୀ, ଡାକ୍ତର ସୁବୋଧ କୁମାର ମେହେର, କୃଷ୍ଣଚନ୍ଦ୍ର ତ୍ରିପାଠୀ, ଚନ୍ଦ୍ରକାନ୍ତି ନାଏକ, ଗଜେନ୍ଦ୍ର ମେହେର, ଦେବେଶ କୁମାର ପୁରୋହିତ, କାନ୍ତି ପ୍ରସନ୍ନ ମିଶ୍ର, ଶୁଭେନ୍ଦୁ ପଣ୍ଡା, ଦେବାଶିଷ ମିଶ୍ର, ଏରିଅର ଜାଲ, ପ୍ରତାପ ମେହର, ଅଶୋକ ଭଇଁସା, ନିବାସ ଦାସ, ଚକ୍ରାନ୍ତ ଜେନା, ଉମେଶ ବେହେରା, ଅଙ୍ଗୋରଜ୍ ଚାନ୍ଦ, ଗୌରୀ ଶଙ୍କର ପ୍ରଧାନ, ଅଶୋକ ନାଏକ, ସନ୍ତୋଷ କୁମାର ଶତପଥୀ, ପଦ୍ମଲୋଚନ ବାଗ, ରାକେଶ ପଟ୍ଟନାୟକ, ନରେନ୍ଦ୍ର ପ୍ରସାଦ ମିଶ୍ର ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ମଧ୍ୟ ଉପସ୍ଥିତ ହୋଇଥିଲେ । ଉପସ୍ଥିତ ସଦସ୍ୟ ମାନେ ସୁରେନ୍ଦ୍ର ସାଏଙ୍କ ବୀରତ୍ଵ ଓ ସ୍ଵାଧୀନତା ଆନ୍ଦୋଳନରେ ଅବଦାନ ଉପରେ ଆଲୋଚନା କରିଥଲେ । ସିପିଆଇଏମ୍‌ସିପିଆଇଏମ୍, ରାଉରକେଲା ଆଂଚଳିକ କମିଟି ସଂପାଦକ ରାଜକିଶୋର ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଜାହାଙ୍ଗୀର ଅଲ୍ଲୀ, ସୁରେନ୍ଦ୍ର ଦାଶ, ବି.ପି. ମହାପାତ୍ର, ବସନ୍ତ ନାୟକ, ତାଜମୁନ ନେହାର, ଅଜୟ ଶର୍ମା, ବିଶ୍ଵଜିତ ମାଝୀ, ଚନ୍ଦ୍ରଭାନୁ ଦାସ, ଯଯାତି କେଶରୀ ସାହୁ, ଲକ୍ଷ୍ମୀଧର ନାୟକ, ଅରୁଣ ମହାରଣା, ପ୍ରଦୀପ ସେଠୀ, ସଚିନ ରାୟ ,ଏନ୍. କେ. ରାଉତରାୟ, କୁଳମଣି ରାଉତ, ପ୍ରମୋଦ ପରିଡ଼ା, ଜନ୍ମଜୟ ଘୋଷ, ଆଦିତ୍ୟ ନାୟକ, ବୁଧୁ ବଡାଇକ, ରାଜୀବ ବସନ୍ତ ରାୟ ପ୍ରମୁଖ ବକ୍ତବ୍ୟ ରଖିବା ସହ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ସେକ୍ଟର ୧୬ ଡିଏଭି ବିଦ୍ୟାଳୟ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଯଶବିନ୍ଦର କୌରଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟର ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଦତ୍ତ ବିଷୟକୁ ଆଧାର କରି କମ୍ପ୍ୟୁଟର ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ଛାତ୍ରଛାତ୍ରୀମାନେ ଉଭୟ ମହାମନିଷୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ କବିତା ପାଠ ଓ ବତ୍କୃତା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.