ମୁକୁନ୍ଦିଲାଲ ମହିଳା ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ଆତ୍ମସୁରକ୍ଷା ତାଲିମ ପ୍ରଦାନ

ତୁରେକେଲା, (ପିତାମ୍ବର ଦୀପ) : କଣ୍ଟାବାଞ୍ଜି ସ୍ଥିତ ମୁକୁନ୍ଦିଲାଲ ଅଗ୍ରବାଲ ମହିଳା ମହାବିଦ୍ୟାଳୟରେ ମଙ୍ଗଳବାର ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷା ତାଲିମ ପ୍ରଦାନ କରାଯାଉଛି । ଏଥିରେ ପ୍ରାୟ ୨୫୦ରୁ ଅଧିକ ଛାତ୍ରୀ ସାମିଲ ହୋଇ ଏହି ତାଲିମ ନେଉଛନ୍ତି । ପ୍ରାୟ ୮ଦିନ ଧରି ତାଲିମ ଦେବା ସହ ଛାତ୍ରୀମାନଙ୍କୁ ସମ୍ପୂଣ୍ଣ ଶକ୍ତ ଓ ପ୍ରତିକୂଳ ପରିସ୍ଥିତିରେ ନିଜେ ଆତ୍ମ ସୁରକ୍ଷା କରି ବାରେ ସହାୟକ ହେବ ବୋଲି ସୁରକ୍ଷା ତାଲିମ କୋଚ୍ ଡାକ ପ୍ରିୟା ନାଗ, ଗୌରୀ ମାଝୀ ଓ ତନୁଶ୍ରୀ ମହାପାତ୍ର କହିଛନ୍ତି । ଏହି ଅବସରରେ କଲେଜ ଅଧ୍ୟକ୍ଷା ରଂଜିତା ଗୁରୁ, ଭାସ୍କର ମେହେର ଓ ଦେବେନ୍ଦ୍ର କୁମାର ପଣ୍ଡା ସହ ଆଉ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ରହି ଏହି ତାଲିମ କାର୍ଯ୍ୟ ପରିଚାଳନା କରୁଛନ୍ତି ।

Leave A Reply

Your email address will not be published.