csstore

ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଦିବସ ବାର୍ଷିକ ଦିବସ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ୫୧ ୟୁନିଟ ରକ୍ତ ସଂଗ୍ରହ

ବରଗଡ଼, (ନିରୋଜ କୁମାର ପାଣୀ) : ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟା ଠାରେ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ ଅବସରରେ ଆଜି ବରଗଡ଼ ଭଟଲି ଛକ ନିଶାନ୍ତ ଦେବତା ପୋଲି କ୍ଲିନିକରେ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ତରଫରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଆଜିର ଶିବିରରେ ମୋଟ ୫୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବରେ ଡାକ୍ତର ନିଶାନ୍ତ ଦେବତା ଯୋଗଦାନ କରି ଅନୁଷ୍ଠାନିକ ଭାବରେ ଶିବିରକୁ ଉଦ୍‌ଘାଟନ କରିଥିଲେ ଏବଂ ନିଜେ ରକ୍ତଦାନ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଆଜିର ଶିବିରରେ ଅନେକ ନୂତନ ରକ୍ତଦାତାଙ୍କ ସହ ୯ ଜଣ ମହିଳା ରକ୍ତଦାତା ସମେତ ମୋଟ ୫୧ ଜଣ ରକ୍ତଦାତା ସ୍ୱେଚ୍ଛାକୃତ ଭାବରେ ରକ୍ତଦାନ କରିଥିଲେ । ସଂକଳ୍ପ ପରିବାରର ସଭାପତି ବିକାଶ ଅଗ୍ରୱାଲ ଓ ସମ୍ପାଦକ ଜି. ରମେଶଙ୍କ ତତ୍ୱାବଧାନରେ ଆଜିର ଶିବିର ପରିଚାଳିତ ହୋଇଥିବାବେଳେ ସଂକଳ୍ପ ପରିବାରର ସଦସ୍ୟ ପିଙ୍କୁ ପଣ୍ଡା, ଆକାଶ ପାଣ୍ଡେ, ଅନନ୍ତ ସାହୁ, ନବୀନ ବୁଡ଼େକ, ଯଶୋବନ୍ତି ପୋଡ଼, ସୁରେନ ଭୁଏ, ରାଜକୁମାର ବନଛୋର, ବିକାଶ ପାଣିଗ୍ରାହୀ, ହିମାଂଶୁ ପଣ୍ଡା, ଟୁନା ଦେବତା, ବିଶ୍ୱଜିତ ସ୍ୱାଇଁ, ପ୍ରମୋଦ ଶର୍ମା, ଅବଦେଶ ଗୁପ୍ତା, ଅରୁଣ ଅଗ୍ରୱାଲ ତଥା ବରଗଡ଼ ଭଟଲି ଛକ ନିବାସୀ ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଠିକ ସେହିପରି ବରଗଡ଼ ରକ୍ତଭଣ୍ଡାର କର୍ମଚାରୀଙ୍କ ଦ୍ୱାରା ରକ୍ତ ସଂଗ୍ରହ କରାଯାଇଥିଲା ।

jayashree
Leave A Reply

Your email address will not be published.