ଖପ୍ରାଖୋଲ ସାମ୍ବାଦିକ ବିମଳ ରଞ୍ଜନ ସାହୁଙ୍କ ମାତୃ ବିୟୋଗ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲର ଜଣାଶୁଣା ସାମ୍ବାଦିକ ବିମଳ ରଞ୍ଜନ ସାହୁଙ୍କ ମାତୃ ବିୟୋଗ ହୋଇଯାଇଛି । ୭୨ ବର୍ଷ ବୟସରେ ବିମଳଙ୍କ ମାଁ ସ୍ନେହଲତା ସାହୁଙ୍କ ମୃତ୍ୟୁ ହୋଇଛି । ସେ ଦୀର୍ଘ ଦିନ ଧରି ରକ୍ତଚାପ ଏବଂ ମଧୁମେହ ଜନିତ ରୋଗରେ ପୀଡିତ ଥିଲେ । ଗତ ସୋମବାର ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଚିକିତ୍ସାଳୟରେ ଚିକିତ୍ସା କରି ଘରକୁ ଅଣାଯାଇଥିଲା । ହେଲେ ମଙ୍ଗଳବାର ସନ୍ଧ୍ୟାରେ ତାଙ୍କର ବିୟୋଗ ଘଟିଥିଲା । ତାଙ୍କ ମୃତ୍ୟୁ ଖବର ବ୍ୟାପିଯିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା । ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି, ବୁଦ୍ଧିଜୀବୀ ତାଙ୍କ ଖପ୍ରାଖୋଲ ସ୍ଥିତ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ । ସ୍ୱର୍ଗୀୟା ସାହୁଙ୍କ ମର ଶରୀରକୁ ଗ୍ରାମ ଶ୍ମଶାନକୁ ନିଆଯାଇ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ତାଙ୍କ ମର ଶରୀରକୁ ବଡପୁଅ କମଲ ରଞ୍ଜନ ସାହୁ ମୁଖାଗ୍ନି ଦେଇଥିଲେ । ସ୍ୱର୍ଗୀୟା ସାହୁଙ୍କ ମୃତ୍ୟୁ ଶଯ୍ୟା ନିକଟରେ ଦୁଇ ପୁଅ, ଦୁଇ ବୋହୁ, ଝିଅ ଜ୍ୱାଇଁ, ନାତି ନାତୁଣୀଙ୍କ ସମେତ ତାଙ୍କ ସ୍ୱାମୀ ଯଦୁମଣି ସାହୁ ଉପସ୍ଥିତ ଥିଲେ । ତାଙ୍କର ବିୟୋଗରେ ଅଞ୍ଚଳର ବୁଦ୍ଧିଜୀବୀ ଓ ବିଶିଷ୍ଟ ବ୍ୟକ୍ତିମାନେ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ତାଙ୍କର ଅମର ଆତ୍ମାର ଶାନ୍ତି କାମନା କରିଛନ୍ତି ।

Leave A Reply

Your email address will not be published.