csstore

କୁଡ଼ାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମରକ୍ଷା ତାଲିମ ଶିବିର ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଡାସିଂହା ବୁଢାଡ଼ଙ୍ଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗତ ୭ ତାରିଖରୁ ଆରମ୍ଭ ହୋଇଥିବା ବାଳିକା ଆତ୍ମରକ୍ଷା ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଛବିଳ ବଗର୍ତ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ମହର୍ଷି ବୁଦ୍ଦୁରାମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମେଣ୍ଡାର ଅର୍ଥନୀତି ଅଧ୍ୟାପକ ଦିବାକର ପୋଢ, ସମ୍ମାନିତ ଅତିଥି ଭାବେ ଆତ୍ମରକ୍ଷା ତାଲିମର ଜିଲ୍ଲା ସଂଯୋଜକ ତଥା ଯୁଧିଷ୍ଠିର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଧନଞ୍ଜୟ ସେଠ, ବୁଢାଡ଼ଙ୍ଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୁଡାସିଂହାର ଅର୍ଥନୀତି ଅଧ୍ୟାପକ ନରେଶ ଚନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଶିକ୍ଷକ ଭାବେ ରାଣୀମା କରନ ଯୋଗଦେଇ ଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଇଂରାଜୀ ଅଧ୍ୟାପକ ଅକ୍ଷୟ ଚୌଧୁରୀଙ୍କ ସଭା ସଂଯୋଜନାରେ ଅଧ୍ୟାପକ ରେବତ ଜାଲ, ନିତ୍ୟାନନ୍ଦ ସିରଦାରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପରିଚାଳିତ କାର୍ଯ୍ୟକ୍ରମକୁ ବଳଭଦ୍ର ପଣ୍ଡା, ସୁବିନ୍ଦ୍ର ବାଗ, ଗଙ୍ଗାଧର ସାହୁ, କରୁଣାକର ମେହେର, ରମେଶ ସାହୁ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଅଧ୍ୟାପକ ବିଜୟ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.