ଭୁବନେଶ୍ୱର ଠାରେ ପହଞ୍ଚିଲା ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକା

ଭୁବନେଶ୍ୱର : ଓଡ଼ିଶାରେ ପହଞ୍ଚିଲା ଦ୍ୱିତୀୟ ପର୍ୟ୍ୟାୟ ଟିକା । ଭୁବନେଶ୍ୱର ଏୟାରପୋର୍ଟରୁ ରାଜ୍ୟ ଭ୍ୟାକ୍ସିନ୍‌ ସେଣ୍ଟରକୁ ଟିକା ପଠାଯାଇଛି । ପୁନେ-ଭୁବନେଶ୍ୱର ସ୍ପାଇସ୍‌ଜେଟ୍‌ ବିମାନରେ ଟିକା ପହଞ୍ଚିଛି । ୨ୟ ପର୍ୟ୍ୟାୟରେ ୩ ଲକ୍ଷ ୩୪ ହଜାର ୫୩୪ ଡୋଜ୍‌ ଟିକା ଆସିଛି । ଗତ ୧୬ତାରିଖରେ ରାଜ୍ୟକୁ ୪.୦୮ଲକ୍ଷ ଡୋଜ୍‌ କୋଭିସିଲ୍ଡ ଟିକା ଆସିଥିବାବେଳେ ଆଜି ଭୁବନେଶ୍ୱରରେ ପହଞ୍ଚିଛି ଦ୍ୱିତୀୟ ପର୍ୟ୍ୟାୟ କରୋନା ଟିକା । ଏହି ସମସ୍ତ ଟିକା ସ୍ୱାସ୍ଥ୍ୟସେବା ହିତାଧିକାରୀମାନଙ୍କ ପାଇଁ ଉଦ୍ଦିଷ୍ଟ । ତେବେ ଯେଉଁ ହିତାଧିକାରୀମାନେ ସ୍ୱଚ୍ଛାକୃତ ଟିକାକରଣକୁ ପ୍ରତ୍ୟାଖ୍ୟାନ କରିବେ ସେମାନଙ୍କୁ ପରବର୍ତ୍ତୀ ସମୟରେ ସରକାରଙ୍କ ପକ୍ଷରୁ ମାଗଣା କୋଭିଡ୍‌ ଟିକାକରଣର ସୁଯୋଗ ଦିଆଯିବ ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ପ୍ରଥମ ଦିନରେ ୧୬୧ଟି ସେସନରେ ମୋଟ ୧୩,୯୮୦ଜଣ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କୁ ଟିକା ଦିଆଯାଇଥିଲା । ଗତକାଲି ମୋଟ ୩୮୦ଟି ସେସନରେ ସନ୍ଧ୍ୟା ୬ଟା ସୁଦ୍ଧା ୩୦,୧୬୧ଜଣ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଟିକା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.