oom

ଅଶୁର୍ଲା-ଖଇରଭାଡ଼ି ଅର୍ଜୁନି ନଦୀରେ ବ୍ରିଜ ନିର୍ମାଣ ଦାବିରେ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହେଲେ ପଞ୍ଚାୟତବାସୀ

jsmm

ଟିଟିଲାଗଡ଼/ବଙ୍ଗୋମୁଣ୍ଡା, (ସଞ୍ଜୟ କୁମାର ନାୟକ/ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଳାଭଟା ପଂଚାୟତ ଅନ୍ତର୍ଗତ ଅଶୁର୍ଲା ଗ୍ରାମରୁ ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ତୁକୁଲା ପଞ୍ଚାୟତର ଖଇରଭାଡ଼ିକୁ ସଂଯୋଗ କରୁଥିବା ଅର୍ଜୁନି ନଦୀରେ ବ୍ରିଜ ନିର୍ମାଣ ପାଇଁ ଟିଟିଲାଗଡ ଗ୍ରାମ୍ୟ ନିର୍ମାଣ ବିଭାଜନ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି ପଞ୍ଚାୟତବାସୀ । ପୂର୍ବରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନଦୀ ନିର୍ମାଣ ପାଇଁ ମାଟି ପରୀକ୍ଷା କରାଯାଇଥିଲା ହେଲେ ଆଜି ପର୍ଯ୍ୟନ୍ତ ୨ ବର୍ଷ ବିତିଯାଇଥିଲେ ମଧ୍ୟ ନିର୍ମାଣ କାମ ଆରମ୍ଭ ହୋଇନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ବିଭିନ୍ନ ସମୟରେ ନିର୍ବାଚିତ ଜନପ୍ରତିନିଧିଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରିନାହିଁ । ଗତ ୨୦୧୨ ମସିହା ଠାରୁ ଦାବି କରାଯାଇଥିଲେ ମଧ୍ୟ କେହି ଧ୍ୟାନ ଦେଇନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ପଡୋଶୀ ଗାଁ ତୁକୁଲା ସ୍କୁଲ କଲେଜ ଉପରେ ନିର୍ଭର କରୁଥିବା ବେଳେ ବର୍ଷା ମାସରେ ସ୍କୁଲ ବନ୍ଦ ହୋଇଯାଏ । ୨ କି.ମି. ଦୂର ଜାଗାକୁ ୨୦ କି.ମି. ବୁଲି ଗନ୍ତବ୍ୟ ସ୍ଥାନକୁ ପହଞ୍ଚିବା ପାଇଁ ବହୁତ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ଅଶୁର୍ଲା-ଖଇରଭାଡ଼ି ଅର୍ଜୁନି ନଦୀରେ ବ୍ରିଜ ନିର୍ମାଣ ପାଇଁ ମାଁ ସାହାଜି ଯୁବକ ସଂଘର ସମ୍ପାଦକ ହୁଲେଶ୍ୱର ହଂସଙ୍କ ନେତୃତ୍ୱରେ ସମାଜସେବୀ ଦୁର୍ଦ୍ଦକ୍ଷ ହଂସ, ସମିତି ସଭ୍ୟ କେଦାର ଭୋଇ, ଆଇନଜୀବୀ ବେଦାନ୍ତ ସାହୁ, ଧର୍ମେନ୍ଦ୍ର ଦାସ ପ୍ରମୁଖ ଟିଟିଲାଗଡ ଗ୍ରାମ୍ୟ ନିର୍ମାଣ ବିଭାଜନ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଆଗାମୀ ଦିନରେ ବିରାଟ ଜନ ଆନ୍ଦୋଳନ କରାଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି ।

jittmm
Leave A Reply

Your email address will not be published.