ଆଜି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି ନୂତନ ଭାବେ ନିଯୁକ୍ତ ହୋଇଥିବା ସ୍ଥଳ ସେନାର ଉପମୁଖ୍ୟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି ଗତକାଲି ନୂତନ ଭାବେ ନିଯୁକ୍ତ ହୋଇଥିବା ସ୍ଥଳ ସେନା ଉପମୁଖ୍ୟ ଚଣ୍ଡୀ ପ୍ରସାଦ ମହାନ୍ତି । ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ୧୨୦ ବାଟାଲିୟନ ପକ୍ଷରୁ ସ୍ୱାଗତ କରାଯାଇଥିଲା । ଜଣେ ଓଡିଆ ଭାବେ ତାଙ୍କର ନିଯୁକ୍ତିକୁ ନେଇ ତାଙ୍କ ଜଗତସିଂହପୁର ସ୍ଥିତ ଜୟବଡ ଗାଁ ଖୁସିର ଲହରି ଖେଳିଯାଇତିବା ବେଳେ କେବଳ ତାଙ୍କ ଗାଁ ନୁହେଁ ସାରା ରାଜ୍ୟବାସୀ ତାଙ୍କୁ ନେଇ ଗର୍ବ ଅନୁଭବ କରୁଛନ୍ତି ।

Leave A Reply

Your email address will not be published.