pr

ରାଜ୍ୟସ୍ତରୀୟ ମାଁ ପାଟଖଣ୍ଡା କପ୍ ଫୁଟବଲ୍ ପ୍ରତିଯୋଗିତା : ବୌଦ୍ଧକୁ ହରାଇ ଫାଇନାଲରେ ନୂଆପଡ଼ା

dr. purohit

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ଜରାସିଂହା ସ୍ଥିତ ଲାଲ ଜଗନ୍ନାଥ ପ୍ରସାଦ ମିନି ଷ୍ଟାଡିୟମରେ ବ୍ରଜେନ୍ଦ୍ର ନାରାୟଣ ଏଥ୍‌ଲେଟିକ୍‌ ଏସୋସିଏସନ୍ (ବିଏନ୍‌ଏଏ) ଜରାସିଂହା ଆନୁକୂଲ୍ୟରେ ତୃତୀୟ ମାଁ ପାଟଖଣ୍ଡା କପ୍ ରାଜ୍ୟସ୍ତରୀୟ ଫୁଟବଲ୍ ପ୍ରତିଯୋଗିତାର ସୋମବାର ଦିନ ପ୍ରଥମ ସେମି ଫାଇନାଲ ମ୍ୟାଚ୍ ବୌଦ୍ଧ ଏବଂ ନୂଆପଡ଼ା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚ୍‌ରେ ରୋମାଞ୍ଚକର ଭାବେ ୧/୦ଗୋଲରେ ନୂଆପଡ଼ା ଦଳ ବିଜୟ ଲାଭ କରି ପ୍ରତିଯୋଗିତାର ଫାଇନାଲରେ ପହଞ୍ଚିଛି । ସେମି ଫାଇନାଲ ଖେଳର ଶ୍ରେଷ୍ଠ ଖେଳାଳି ଭାବେ ଦେବାଶିଷ ବେହେରାଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରତିଯୋଗିତା ପରିଚାଳନା କମିଟି ସଭାପତି କରୁଣାକର ମେହେର, ସମ୍ପାଦକ ରାଜକିଶୋର ସେଠଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ତୃତୀୟ ଦିବସରେ ଅତିଥି ଭାବେ ଦେଓଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ କୁମ୍ଭାର, ବଲାଙ୍ଗିର ଜିଲ୍ଲା କ୍ରୀଡା ଅଧିକାରୀ ପରାସର ବାଗ, ବିଶିଷ୍ଟ ସମାଜ ସେବୀ ତଥା ସାହିତ୍ୟକ ଉମାଶଙ୍କର ସିଂ ଯୋଗ ଦେଇଥିଲେ । ଏହି ଅବସରରେ ମରଣୋତ୍ତର ଶ୍ରଦ୍ଧା ସମ୍ମାନ ସ୍ୱର୍ଗତ ସମାରୁ ଦଣ୍ଡସେନାଙ୍କ ବଡ଼ ଭାଇ ଅଜୟ ଦଣ୍ଡସେନାଙ୍କୁ ସମ୍ମାନିତ କରାଯାଇଥିଲା । ଦେବାଶିଷ ବାଗ, ସଞ୍ଜନ କୁଡେ଼ଇ, ତ୍ରିନାଥ ଚନ୍ଦନ ଓ ଲୋକନାଥ ଦଣ୍ଡସେନା ଖେଳ ପରିଚାଳନା କରିଥିବା ବେଳେ ପୂର୍ବତନ ଖେଳାଳି ଭାଗ୍ୟବନ୍ତ ମେହେର, କୁନ୍ତେ ମେହେର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଭୋଳାଶଙ୍କର ପଥରୀମାଳୀ ଧାରା ବିବରଣୀ ଦାୟିତ୍ଵ ତୁଲାଇଥିଲେ ।

nrusinghnath
Leave A Reply

Your email address will not be published.