ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ଖଗେଶ୍ୱର ସାହିତ୍ୟ କଳା ପରିଷଦ ପକ୍ଷରୁ ବଡମା’ ପାର୍ବତୀ ଗିରି ଜୟନ୍ତୀ ସମାରୋହରେ ପାଳିତ ହୋଇଯାଇଛି । ଟି.ଗଣ୍ଡପାଲି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ଏହି ଉତ୍ସବକୁ ତହସିଲଦାର କର୍ଣ୍ଣ ସୁନା ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦ୍ଘାଟନ କରିଥିବେ ବେଳେ ସଭାପତି ମୋହନ ସିଂଙ୍କ ଅଧ୍ୟକ୍ଷତା କରିଥିଲେ । ରେଡିଏନ୍ସ ଶିକ୍ଷାନୁଷ୍ଠାନର ଚେୟାରମେନ ଅଜିତ କୁମାର ମେହେର ସମ୍ମାନୀୟ ଅତିଥିଭାବେ ଯୋଗଦେଇ ବଡ ମା’ଙ୍କ ନିଃସ୍ଵାର୍ଥପର ତ୍ୟାଗ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ମତପୋଷଣ କରିଥିଲେ । ନିଃସ୍ଵାର୍ଥପର ସେବା ହିଁ ମଣିଷକୁ ମହତ କରେ । ପାର୍ବତୀ ଗିରି ନିଜର ସର୍ବସ୍ଵ ଅନାଥ, ନିଃସହାୟ ପିଲାଙ୍କ ଭବିଷ୍ୟତ ପାଇଁ ସମର୍ପିତ କରି ଦେଇଥିଲେ । ଫଳରେ କ୍ଷମତା ଲୋଭକୁ ପଦାଘାତ ପୂର୍ବକ ରାଜ୍ୟସଭା ସଦସ୍ୟ ପଦକୁ ବିନମ୍ରତାର ସହିଦ ଅଗ୍ରାହ୍ୟ କରିଥିଲେ । ବିଜେପୁର କଲେଜର ଅଧ୍ୟାପକ ଡକ୍ଟର ଚିନ୍ମୟ ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ ଏହା କହିଥିଲେ । ହାଇସ୍କୁଲର ଚେୟାରମେନ ରୋହିତ ସାହୁ ଅନ୍ୟତମ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ପାର୍ବତୀ ଗିରିଙ୍କ ତ୍ୟାଗପୂତ ଜୀବନାଦର୍ଶକୁ ପାଳନ କରିବାକୁ ଶିକ୍ଷାର୍ଥୀମାନଙ୍କୁ ଉତ୍ସାହିତ କରିଥିଲେ । କଣ୍ଠଶିଳ୍ପୀ ସୁଷମା ଭୋଇ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ । ସଂପାଦକ ରାଜେଶ୍ଵର ବେହେରା ଉଦ୍ଦେଶ୍ୟ ଜ୍ଞାପନ, ଉପସଭାପତି ହୃଦମଣି ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଂପାଦକ ତଥା ଗୀତିକାର ମକରଧ୍ଵଜ ସାହୁ ସମାରୋହକୁ ସଂଯୋଜନା କରିଥିଲେ । କବି ସାବିତ୍ରୀ ମେହେର, ମକରଧ୍ୱଜ ମେହେର, ଦିଲେଶ ମେହେର, ଶେଷଦେବ ମେହେର, ପୀତବାସ ମେହେର ପ୍ରମୁଖ ବହୁ କବି କବିତା ମାଧ୍ୟମରେ ବଡମାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ଏବଂ ଛାତ୍ରୀ ରୋଜାଲିନ ଦୀପ ସମାରୋପ ସଂଗୀତ ପରିବେଷଣ କରିଥିଲେ । କବି ମକରଧ୍ୱଜ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ସ୍ଥାନୀୟ ବିବେକାନନ୍ଦ ଯୁବକ ସଂଘର ସଭାପତି ବିକ୍ରମ ସେଠ, ସନାତନ ସାହୁ, ହାଇସ୍କୁଲର ଶିକ୍ଷକ ଆର୍ତ୍ତତ୍ରାଣ ବେହେରା, ସୁଧିର ଭୋଇ, ସଦାନନ୍ଦ ରଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
Prev Post