csstore

ଜିଲ୍ଲା କଂଗ୍ରେସ ତରଫରୁ ନୂଆ ବର୍ଷ ପାଳନ ଓ ବନ୍ଧୁ ମିଳନ ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଜିଲ୍ଲା କଂଗ୍ରେସ ସଭାପତି ରବି ରାୟଙ୍କ ନେତୃତ୍ୱରେ ନୂଆବର୍ଷ ଉପଲକ୍ଷେ ଏକ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସଦସ୍ୟମାନେ ପରସ୍ପରକୁ ନୂଆବର୍ଷର ଅଭିନନ୍ଦନ ଜଣାଇବା ସହ ସମସ୍ତଙ୍କ ମଧ୍ୟରେ ଐକ୍ୟବଦ୍ଧତା ଓ ଭାଇଚାରା ବଜାୟ ରଖି ଦଳକୁ ମଜଭୁତ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି ଅବସରରେ କର୍ମକର୍ତ୍ତାଗଣ ନିଜର ବିଭିନ୍ନ ଦାବି ଗୁଡିକ ସମ୍ପର୍କରେ ଆଲୋଚନା କରିଥିଲେ । ଅତିଥି ଭାବରେ କଂଗ୍ରେସର ବହୁତ ପୁରୁଖା ନେତା ମାନେ ଉପସ୍ଥିତ ଥିଲେ । ଦେବବିହାରୀ ଦାସ, ସବୀର ହୁସେନ, ରଶ୍ମି ପାଢ଼ୀ, ଗଣେଶ ପ୍ରଧାନ, ସୁଶୀଲ କିଣ୍ଡୋ, ସନ୍ତୋଷ ବିଶ୍ୱାଳ, ଆଶିଷ ମହାନ୍ତି, ପି. ଲିନା ,ଗୋପାଳ ଦାସ, ବନମାଳୀ ବିଶୋଇ, ତୁଷାରକାନ୍ତ ଧଳ, ଲତା ନାୟକ, ସୁଶୀଲ ପଟ୍ଟନାୟକ, ବ୍ରଜବନ୍ଧୁ ତ୍ରିପାଠୀ, ଭୀମ ମହନ୍ତ, ମାନୁ ସାମଲ, ଧୂସା ନାୟକ, ରଘୁ ଦାସ, ସୁବେଶ ସେଠି, ବିଶ୍ଵନାଥ ବାରିକ, ବସନ୍ତ ସାମଲ, ବିଜୟ ଅପଟ, ରମେଶ ଗୁପ୍ତା, ବିସ୍ମୟ ଦାସ, ଶେଖ ସମୀର, ଗୌରବ ହୁସେନ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଦଳ ପାଇଁ ଜୀବନ ବ୍ୟାପି ନିସ୍ଵାର୍ଥପର ସେବା ପାଇଁ କଂଗ୍ରେସ ତରଫରୁ ୧୦ ଜଣଙ୍କୁ ସମ୍ମାନିତ କରାଯାଇଥିଲା । ରମାନନ୍ଦ ଶ୍ରୀଚନ୍ଦନ, ସର୍ଦ୍ଦାର ବରିୟମ, ସୋମନାଥ ପଣ୍ଡା, ଗଙ୍ଗାଧର ପାତ୍ର, ମଞ୍ଜୁଲତା, ରାମସିଂ ମୁନା, ଅକ୍ଷୟ ନାୟକ, ଧନ କୁମାର ବାରା, ଏମ୍‌ଡି ଫାରୁକ ଖାନ, ଶାନ୍ତିଲତା ରାଉତଙ୍କୁ ସାମ୍ମାନିତ କରାଯାଇଥିଲା । ଶେଷରେ ଜିଲ୍ଲା ସଭାପତି ରବି ରାୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.