- ମଣ୍ଡିରେ ପଡିଛି ୬୧୦୦୦ ବସ୍ତା ଧାନ
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଲଉଡିଦର୍ହା ସେବା ସମବାୟ ସମିତି ର ଅଧୀନରେ ଥିବା ଜଗଦଲପୁର, କୁମୀର, ଲଉଡ଼ିଦର୍ହ। ଧାନ ମଣ୍ଡିରୁ ଧାନ ଉଠିବାରେ ବିଳମ୍ବ ହେଉ ଥିବାରୁ ଚାଷୀ ମହଲରେ ଅସନ୍ତୋଷ ଦେଖା ଦେଇଛି । ଲଉଡ଼ିଦର୍ହାରେ ୨୦୮୯୦ ପ୍ୟାକେଟ ଧାନ ପଡିଛି, ଜଗଦଳପୁର ୨୩୬୯୩, କୁମୀର ୧୬୩୯୮ ପ୍ୟାକେଟ ଧାନ ଖୋଳା ଆକାଶ ତଳେ ପଡିରହିଛି । ସରକାରଙ୍କ ପକ୍ଷରୁ ତୁରନ୍ତ ଧାନ ବିକ୍ରି ବ୍ୟବସ୍ଥା କରାନଗଲେ ଚାଷୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସଂଗଠନ ପକ୍ଷରୁ ନିଷ୍ପତି ନିଆଯାଇଛି । ମଣ୍ଡିରେ ଧାନ ସଂଗ୍ରହର ଏଭଳି ଅଚଳାବସ୍ତା ଯୋଗୁଁ ଅନେକ ଚାଷୀ ଛତିଶଗଡ଼ ଦଲାଲଙ୍କୁ କମ୍ ଦାମ ସହ ସହ ପ୍ୟାକେଟ ଧାନ ବିକ୍ରି କରି ଦେଇଥିବା ଜଣାପଡିଛି । ଛତିଶଗଡ଼ ବେପାରୀ ଟ୍ରାକ୍ଟର ଯୋଗେ ଗଳା ବାଟ ଦେଇ ନେଉଛନ୍ତି । ବର୍ତ୍ତମାନ ସ୍ଥିତିରେ ଅନେକ ଚାଷୀଙ୍କ ଟୋକନ ଲେପ୍ସ ଭଳି ସ୍ଥିତି ଉତ୍ପନ୍ନ ହେଉଛି । ଡିସେମ୍ବର ୨୪ ତାରିଖର ଧାନ ମଣ୍ଡିରେ ବର୍ତ୍ତମାନ ସୁଦ୍ଧା ମଣ୍ଡିରେ ପଡିରହିଛି । ଉକ୍ତ ଧାନକୁ ଚାଷୀ ମଣ୍ଡିରୁ ଉଠାଇ ଆଣିବାକୁ ଚିନ୍ତା ପ୍ରକାଶ କରୁଛି । ବରଗଡ଼ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।