jayashree

ସି.ଏମ୍‌ ଟ୍ରଫି ଜିଲ୍ଲା ସ୍ତରୀୟ ଫୁଟବଲ ଚମ୍ପିୟାନସିପ୍‌ ୨୦୨୫ ତୃତୀୟର ଦିବସ

  • ଟିଟିଲାଗଡ ଏଫ୍‌ସି ବିଜୟୀ ଓ ସଦାଇପାଲି ଏବଂ ଖପ୍ରାଖୋଲ ମ୍ୟାଚ୍‌ ଡ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର): ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ସିଏମ୍‌ ଟ୍ରଫି ଜିଲ୍ଲା ସ୍ତରୀୟ ଫୁଟବଲ ବାଳକ ବିଭାଗ ୧୫ ବର୍ଷରୁ କମ୍‌ ଚମ୍ପିୟାନସିପ୍‌ ୨୦୨୫ ତୃତୀୟ ଦିବସର ଖେଳ ଅନୁଷ୍ଠିତ ହୋଇଯାଇଛି । ‘ପ୍ରତିଭା ଅନେକ ଲକ୍ଷ୍ୟ ଏକ’ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଆହ୍ୱାନ କ୍ରମେ ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ, ବଲାଙ୍ଗିର ଜିଲ୍ଲା ପ୍ରଶାସନ, ଓଡିଶା ଫୁଟବଲ ଏସୋସିଏସନ ଓ ଜିଲ୍ଲା କ୍ରୀଡା ସଂସଦ ବଲାଙ୍ଗିରଙ୍କ ଆୟୋଜନରେ ଫୁଟବଲ ଚମ୍ପିୟାନସିପ୍‌ ଅନୁଷ୍ଠିତ ହେଉଛି । ଫାଓ ଓଡିଶା ତଥା ଜିଲ୍ଲା କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର ଓ ସଂସଦର ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ରଙ୍କ ତତ୍ୱାବଧାନରେ ଖେଳ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ମ୍ୟାଚ୍‌ ସଦାଇପାଲି ଏଫ୍‌ସି ବନାମ ଖପ୍ରାଖୋଲ ଏଫ୍‌ସି ମଧ୍ୟରେ ୧-୧ ଗୋଲରେ ଖେଳ ଡ୍ର ହୋଇଥିଲା । ଦ୍ୱିତୀୟ ମ୍ୟାଚ୍‌ରେ ଟିଟିଲାଗଡ ଏଫ୍‌ସି ୮-୦ ଗୋଲରେ ଭାଲେର ଏଫ୍‌ସିକୁ ହରାଇ ବିଜୟୀ ହୋଇଛିି । ଅତିଥି ଭାବେ ପୂର୍ବତନ ଖେଳାଳି ଅକ୍ଷୟ କୁମାର ବେହେରା, ସୋମନାଥ ମାଝି ଓ ବିରେନ୍ଦ୍ର ସୁନା ଯୋଗ ଦେଇଥିଲେ । କ୍ରୀଡା ସଂସଦର ଯୁଗ୍ମ ସଂପାଦକ ଶତୃଘନ ସିଂ, କ୍ରିକେଟ ସଂପାଦକ ଓମ୍‌ ପ୍ରକାଶ ଚାନ୍ଦ, ବରିଷ୍ଠ ସଦସ୍ୟ ରମାକାନ୍ତ ସେଠ, ବରିଷ୍ଠ ସଦସ୍ୟ ଜୟରାମ ମିଶ୍ର, କାଉନସିଲ ସଭ୍ୟ ପ୍ରଭାତ କୁମାର ମିଶ୍ର, ଭଲିବଲ ସଂପାଦକ ସଂଗ୍ରାମ କେଶରୀ ବହିଦାର, ବରିଷ୍ଠ ସଦସ୍ୟ ଡା. ସିଦେ୍ଧଶ୍ୱର ମିଶ୍ର, କ୍ରୀଡା ସଂପାଦକ ବିଭୁତି ଭୂଷଣ ପଣ୍ଡା, ସଦସ୍ୟ କୈଳାସ ଚନ୍ଦ୍ର କର୍ତ୍ତି, ସଦସ୍ୟ ଭୁପେନ୍ଦ୍ର ପ୍ରସାଦ ସିଂ ମଂଚାସୀନ ଥାଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ସଂସଦର କୋଷାଧ୍ୟକ୍ଷ ହେମନ୍ତ କୁମାର ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଫୁଟବଲ ସଂପାଦକ ଶରତ କୁମାର ନନ୍ଦ ମ୍ୟାଚ୍‌ କମିଶନର ଦାୟିତ୍ୱ ତୁଳାଇଥିଲେ । ରାଜେନ୍ଦ୍ର ଧରୁଆ, ଲବ ସୁନାନି, ଧନେଶ୍ୱର ସେଠ, ଦୋଳଗୋବିନ୍ଦ ମୁଣ୍ଡା, ରାଜେଶ ବାଗ, ରାଜେନ୍ଦ୍ର ସେଠ, ଯଶୋବନ୍ତ ମାଝି, ନରସିଂସ୍ୱାମୀ ନାଇଡୁ, ଜ୍ୟୋତି ମହାନନ୍ଦ ଓ ସଂଜୀବ ମହାରଣା ରେଫରୀ ଭାବେ ଖେଳ ପରିଚାଳନା କରିଥିଲେ । ୧୯ ତାରିଖ ପ୍ରଥମ ମ୍ୟାଚ୍‌ ସାଉନ୍ତପୁର ଏଫ୍‌ସି ବନାମ ପାଟଣାଗଡ ଏଫ୍‌ସି ଓ ଦ୍ୱିତୀୟ ମ୍ୟାଚ୍‌ ତୁରେକେଲା ଏଫ୍‌ସି ବନାମ ଜରାସିଂହା ଏଫ୍‌ସି ମଧ୍ୟରେ ଖେଳ ହେବ ବୋଲି ଆୟୋଜନ କମିଟିର ଆବାହକ ତଥା ଜିଲ୍ଲା କ୍ରୀଡା ସଂସଦର ସାଧାରଣ ସଂପାଦକ ହରିନାରାୟଣ ପୁଜାରୀ ଜଣାଇଛନ୍ତି ।

Leave A Reply

Your email address will not be published.